
ମାଲକାନଗିରି,୧ ଏପ୍ରିଲ୍ (ହି.ସ.) ପବିତ୍ର ଉତ୍କଳ ଦିବସ ଅବସରରେ ମାଥିଲି ଶ୍ରୀ ଜଗନ୍ନାଥ ବୈଦିକ ଉତ୍କଳୀୟ ବ୍ରାହ୍ମଣ ସମାଜ ତରଫରୁ ଏକ ବିରାଟ ଶୋଭାଯାତ୍ରା ସମାଜର ସଭାପତି ଶିବପ୍ରସାଦ ପରି ଛାଙ୍କ ନେତୃତ୍ୱରେ ଶ୍ରୀଶ୍ରୀଶ୍ରୀ ରାମଲିଙ୍ଗେଶ୍ଵର ମନ୍ଦିର ଠାରୁ ବାହାରି ସମଗ୍ର ସହର ପରିକ୍ରମା କରିଥିଲା । ସମାଜ ର ବରିଷ୍ଠ ଉପଦେଷ୍ଟା ବସନ୍ତ କୁମାର ପଣ୍ଡା ,ପ୍ରକାଶ ଚନ୍ଦ୍ର ହୋତା, ଶିମାଞ୍ଚଳ ପାତ୍ରଙ୍କ ତାୱାବଧାନରେ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା I ଏହି ଅବସରରେ ଶ୍ରୀ ରାମଙ୍କ ପୂଜାର୍ଚନା ସହ ବ୍ରାହ୍ମଣ ଦେବତା ମାନଙ୍କ ସମବେତ ମଙ୍ଗଳ କାମନା ବେଦମନ୍ତ୍ର ଗାନ ବିଶ୍ଵ କଲ୍ୟାଣ ପ୍ରାର୍ଥନା ମନ ମୁଗ୍ଧକର ଥିଲା I ମହାମନ୍ତ୍ର କୀର୍ତ୍ତନରେ ସମଗ୍ର ମାଥିଲି ପରିବେଶ ଉଛୁଳିବା ସହ ଶୋଭାଯାତ୍ରା ସରସ୍ଵତୀ ଶିଶୁ ମନ୍ଦିର ନିକଟରେ ପହଞ୍ଚିବା ପରେ ସମସ୍ତ ଗୁରୁଜୀ ଗୁରୁ ମା ଛାତ୍ର ଛାତ୍ରୀ ମାନେ ଶୋଭାଯାତ୍ରାକୁ ସ୍ଵାଗତ ସମ୍ବର୍ଦ୍ଧନା ଦେଇ ପାଛୋଟି ନେଇ ଶିଶୁ ମନ୍ଦିର ଠାରେ ପୂଜାର୍ଚନା କରାଯାଇଥିଲା!ସାମୁହିକ ବନ୍ଦେ
ଉତ୍କଳ ଜନନୀ ଗାନ କରାଯାଇଥିଲା ତତ୍ ପରେ ମାଥୁଲି ଗାନ୍ଧୀ ଛକ କରେ ସମବେତ ସଭା ବନ୍ଦେ ଉତ୍କଳଜନନୀ ଗାନ ହେବା ସହ ପୁନଃ ଯାତ୍ରା ରାମ ମନ୍ଦିର ଠାରେ ସମ୍ପନ୍ନ ହୋଇଥିଲା I ଏହି କାର୍ଯ୍ୟକ୍ରମରେ ପ୍ରଭାକର ପାଢ଼ୀ,ମନୁ ପଣ୍ଡା, ଲକ୍ଷ୍ମୀ ସାହୁ, ଗୁପ୍ତ ପ୍ରସାଦ ପଣ୍ଡା, ଯତୀନ ମହାପାତ୍ର,ଶ୍ରିକାନ୍ତ ପାତ୍ର,ବିକାଶ ପରିଛା, ବିକ୍ରମ ପରିଛା,ଶୁରେସ କୁମାର ବ୍ରହ୍ମା, ଗଣେଶ ପଣ୍ଡା ପ୍ରମୁଖ ଶତାଧିକ ବ୍ରାହ୍ମଣ ଯୋଗଦେଇ ଥିବାବେଳେ ଉତ୍କଳୀୟ ଚେତନା ବିକାଶ ମାତୃଭୂମି ଭୂମି ପ୍ରତି ଶ୍ରଦ୍ଧା ସମ୍ମାନ ଭକ୍ତି ସମର୍ପଣ ହେଉଛି ଏହାର ମୁଖ୍ୟ ଉଦ୍ୟେଶ ବୋଲି ସମ୍ପାଦକ ପ୍ରଶାନ୍ତ କୁମାର ପାତ୍ର କହିଥିଲେ Iଉପସଭାପତି ଗୌତମପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ