ଚମ୍ପୁଆ ଶିଶୁ ବିଦ୍ୟା ମନ୍ଦିରରେ ଓଡ଼ିଶା ଦିବସ ଓ ବିଦ୍ୟାରମ୍ଭ ଯଜ୍ଞ ଅନୁଷ୍ଠିତ
ଚମ୍ପୁଆ,୦୧ ଏପ୍ରିଲ୍(ହି.ସ.) – ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଓଡ଼ିଶା ଦିବସ ଓ ବିଦ୍ୟାରମ୍ଭ ଯଜ୍ଞ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ପ୍ରଧାନ, ଆଚାର୍ଯ୍ୟ ସତ୍ୟଜିତ ପ୍ରଧାନ ଓ ଚିତରଞ୍ଜନ ମହାନ୍ତ ଆଦି ମଂଚାସୀନ ଥିଲେ। ଆଚାର୍ଯ୍ୟ ସତ୍ୟଜିତ ପ୍ରଧ
ଚମ୍ପୁଆ ଶିଶୁ ବିଦ୍ୟା ମନ୍ଦିରରେ ଓଡ଼ିଶା ଦିବସ ଓ ବିଦ୍ୟାରମ୍ଭ ଯଜ୍ଞ ଅନୁଷ୍ଠିତ


ଚମ୍ପୁଆ,୦୧ ଏପ୍ରିଲ୍(ହି.ସ.) – ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଓଡ଼ିଶା ଦିବସ ଓ ବିଦ୍ୟାରମ୍ଭ ଯଜ୍ଞ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ପ୍ରଧାନ, ଆଚାର୍ଯ୍ୟ ସତ୍ୟଜିତ ପ୍ରଧାନ ଓ ଚିତରଞ୍ଜନ ମହାନ୍ତ ଆଦି ମଂଚାସୀନ ଥିଲେ। ଆଚାର୍ଯ୍ୟ ସତ୍ୟଜିତ ପ୍ରଧାନ ଓଡ଼ିଶା ଦିବସର ତାତ୍ପର୍ଯ୍ୟ ବିଷୟରେ ମାର୍ଗଦର୍ଶନ ଦେଇଥିଲେ। ଆଚାର୍ଯ୍ୟ ଚିତରଞ୍ଜନ ମହାନ୍ତ ଓଡ଼ିଶା ଦିବସ ପ୍ରସଙ୍ଗରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତାର ଆୟୋଜନ କରିଥିଲେ। ଆଚାର୍ଯ୍ୟ ଭାସ୍କର ଚନ୍ଦ୍ର ମହାକୁଡ଼ ଓଡ଼ିଶାର ବରପୁତ୍ରମାନଙ୍କର ଓଡ଼ିଶା ପ୍ରଦେଶ ଗଠନରେ ଭୂମିକା ବିଷୟରେ ଅବଗତ କରିଥିଲେ। ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ଛାତ୍ରଛାତ୍ରୀ ଓଡ଼ିଶାର ବରପୁତ୍ରମାନଙ୍କର ତୈଳଚିତ୍ରରେ ପୁଷ୍ପ ପ୍ରଦାନ କରିବା ସହିତ ସମବେତ ଭାବେ ଓଡ଼ିଶାର ଜାତୀୟ ସଂଗୀତ ‘ବନ୍ଦେ ଉତ୍କଳଜନନୀ' ଗାନ କରିଥିଲେ।

ଏଥିସହିତ ବିଦ୍ୟାଳୟର ପଣ୍ଡିତ କପିଳେନ୍ଦ୍ର ସାମନ୍ତରା ବୈଦିକ ରୀତିରେ ବିଦ୍ୟାରମ୍ଭ ଯଜ୍ଞ ସମାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ସେବକ ସେବିକା ସହଯୋଗ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande