
ଭଦ୍ରକ, ୧ ଅପ୍ରେଲ (ହି.ସ.) - ଭଦ୍ରକ ଜିଲା ଧାମନଗର ବିଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ ଶାମପୁର ସ୍ଥିତ ମେଡିକାଲ ବଜାରରେ ଥିବା ମିଡ଼ିଆ କ୍ଲବ ତରଫରୁ କାର୍ଯ୍ୟାଳୟ ପରିସରରେ ୯୦ତମ ଉତ୍କଳ ଦିବସ ପାଳନ କରାଯାଇଛି। ଏହି ଅବସରରେ ବୁଧବାର ସକାଳ ୮ଟା ୩୦ମିନିଟ ସମୟରେ ସାଧାରଣ ସମ୍ପାଦକ ସୁଶାନ୍ତ କୁମାର ରାଉତଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ କ୍ଲବର ଉପସଭାପତି ସେକ ଜାଫର ଅଲ୍ଲୀ,ସହସମ୍ପାଦକ ଦୁର୍ଗାପ୍ରସାଦ ମହାପାତ୍ର ,କୋଷାଧ୍ୟକ୍ଷ ପ୍ରଶାନ୍ତ ଦ୍ୱିବେଦୀ,ସଦସ୍ୟ ଦୀନକୃଷ୍ଣ ମହାପାତ୍ର,କୁମାରେଶ ବଳଭଦ୍ର ଖିଲାର,ମାନସ ମହାପାତ୍ର,ପ୍ରଦ୍ୟୁମ୍ନ କୁମାର ନାୟକ ପ୍ରମୁଖ ଯୋଗ ଦେଇ ଉତ୍କଳର ବରପୁତ୍ର ମାନଙ୍କର ମାଟି ମାପାଇଁ ତ୍ୟାଗ ଓ ବଳିଦାନ ସମ୍ପର୍କରେ ଆଲୋଚନା କରିବା ସହ ବକ୍ତବ୍ୟ ରଖିଥିଲେ। ସଦସ୍ୟ ଏମଡି ଜାବିର ବାବୁ ଧନ୍ୟବାଦ ଅର୍ପଣ କରିଥିଲେ। ଧାମନଗର ଏନ ଏ ସି କାର୍ଯ୍ୟାଳୟ ତରଫରୁ ସହରାଂଚଳରେ ସ୍ଥାପିତ ହୋଇଥିବା ଉତ୍କଳ ଗୌରବ ମଧୁସୂଦନ ଦାସ,ବିଜୁ ପଟ୍ଟନାୟକ,ମହାତ୍ମାଗାନ୍ଧୀ,ଏ ପି ଜେ ଡକ୍ଟର ଅବଦୁଲ କଲାମ,ଡକ୍ଟର ହରେକୃଷ୍ଣ ମହତାବ,ସାଗର ଭୂୟାଁଙ୍କ ସହ ଅନ୍ୟ ମହା ପୁରୁଷ ମାନଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନାୟକ ସୂଚନା ଦେଇଛନ୍ତି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ