ସୁବର୍ଣ୍ଣପୁରରେ ଓଡ଼ିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ କରାଯାଇଛି
ସୁବର୍ଣ୍ଣପୁର,୦୧ ଏପ୍ରିଲ୍(ହି.ସ.) – ଆଜି ସୁବର୍ଣ୍ଣପୁର ଜିଲ୍ଲାରେ ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ଏବଂ ସୁବର୍ଣ୍ଣପୁର ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ପ୍ରଥମେ ଭୋର ୪ଟାରେ ଦେଶାତ୍ମବୋଧକ ସଙ୍ଗୀତ ସହିତ ଏକ ଯାନ ସହରର ବିଭିନ୍ନ ଛକ ଦେଇ ଅତିକ୍ରମ କରିଥିଲା ଏବଂ ଜିଲ୍ଲାବାସୀଙ୍କ
जागरूकता रैली के साथ नए सत्र का शुभारंभ


लागू हुई टोल टैक्स की नई दरें


खोलने की मांग तेज,कांग्रेस ने कलेक्टर को सौंपा ज्ञापन


Hanumsn


petrol


ସୁବର୍ଣ୍ଣପୁର,୦୧ ଏପ୍ରିଲ୍(ହି.ସ.) – ଆଜି ସୁବର୍ଣ୍ଣପୁର ଜିଲ୍ଲାରେ ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ଏବଂ ସୁବର୍ଣ୍ଣପୁର ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ପ୍ରଥମେ ଭୋର ୪ଟାରେ ଦେଶାତ୍ମବୋଧକ ସଙ୍ଗୀତ ସହିତ ଏକ ଯାନ ସହରର ବିଭିନ୍ନ ଛକ ଦେଇ ଅତିକ୍ରମ କରିଥିଲା ଏବଂ ଜିଲ୍ଲାବାସୀଙ୍କୁ ଓଡ଼ିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ସମ୍ବନ୍ଧରେ ଅବଗତ କରାଇଥିଲା।

ଏହା ପରେ ସକାଳ ୭.୩୦ରେ ସହର ସ୍ଥିତ ବିଭିନ୍ନ ଛକ ଏବଂ କାର୍ଯ୍ୟାଳୟରେ ଅବସ୍ଥିତ ମହାପୁରୁଷମାନଙ୍କ ପ୍ରତିମୂର୍ତିରେ ଜିଲ୍ଲାର ବରିଷ୍ଠ ଓ ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ଦ୍ୱାରା ମାଲ୍ୟାର୍ପଣ କରାଯାଇଥିଲା। ପରବର୍ତୀକାଳରେ ସହରରେ ଅବସ୍ଥିତ ସ୍ୱଧାର ଗୃହରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶ୍ରୀ ରାଜେନ୍ଦ୍ର ମାଝୀ, ଜିଲ୍ଲା ପଂଚାୟତ ଅଧିକାରୀ ଶ୍ରୀ ଅର୍ଜ୍ଜୁନ ମାଝୀ ଏବଂ ଜିଲ୍ଲା ସମାଜ ମଙ୍ଗଳ ବିଭାଗର କର୍ମଚାରୀମାନେ ସ୍ୱଧାର ଗୃହର ମହିଳାମାନଙ୍କୁ ବସ୍ତ୍ର ଓ ମିଷ୍ଠାନ ବଂଟନ କରିଥିଲେ।

ଏହାପରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଆୟୋଜନରେ ଜିଲ୍ଲାର ବାଳାଶ୍ରମରେ ଶିଶୁମାନଙ୍କୁ ଫଳ ଓ ମିଷ୍ଠାନ ଜିଲ୍ଲାପାଳ ଡ଼ ନୃପରାଜ ସାହୁଙ୍କ ଦ୍ୱାରା ବଂଟନ କରାଯାଇଥିଲା। ପରେ ସହରର କୁଷ୍ଠାଶ୍ରମରେ ମଧ୍ୟ ଜିଲ୍ଲାପାଳଙ୍କ ଦ୍ୱାରା ମିଷ୍ଠାନ ବଂଟନ କରାଯାଇଥିଲା।

ଏହାପରେ ଜିଲ୍ଲାର ନୂତନ ଟାଉନ ହଲ୍ରେ ଫୋଟୋଚିତ୍ର ପ୍ରଦର୍ଶନୀ ହୋଇଥିଲା। ବିଭିନ୍ନ ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଦୁଇଟି ଭିନ୍ନ ଶ୍ରେଣୀରେ ରଙ୍ଗୋଲି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏହି ଅବସରରେ ଟାଉନ ହଲରେ ଜିଲ୍ଲାପାଳ ଡ଼. ସାହୁଙ୍କ ଅଧ୍ୟକ୍ଷତାରେ ଏକ ସଭା ଆୟୋଜିତ ହୋଇଥିଲା। ସଭାରେ ଅତିରିକ୍ତ ଜିଲ୍ଲାପାଳମାନେ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀମତୀ ଉଷାରଣୀ ଦାସ, ସୋନପୁର ମୁନିସିପାଲିଟି ଚେୟାରମେନ ଶ୍ରୀମତୀ ତାମସୀ ତମସିକା ନାଏକ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଅଶ୍ୱିନୀ ମେହେର ଓ ମୁଖ୍ୟବକ୍ତା ଶ୍ରୀ ଜ୍ୟୋତିରଞ୍ଜନ ବୋହିଦାର ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ସାମୁହିକ ଭାବେ “ବନ୍ଦେ ଉତ୍କଳ ଜନନୀ” ଗୀତ ଗାୟନ ହୋଇଥିଲା ଏବଂ ଓଡ଼ିଶାର ସଂସ୍କୃତିକୁ ବିଦ୍ୟାଳୟ ଛାତ୍ରୀମାନେ ନୃତ୍ୟ ମାଧ୍ୟମରେ ପ୍ରଦର୍ଶନ କରିଥିଲେ। ଏଥିରେ ୩୦ ଜଣ ବକ୍ତୃତା ଓ ରଚନା ପ୍ରତିଯୋଗିତାର ବିଜେତାଙ୍କୁ ପୁରସ୍କୃତ କରାଯାଇଥିବାବେଳେ ରଙ୍ଗୋଲି ପ୍ରତିଯୋଗିତାର ୬ ଜଣ ବିଜେତାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande