ଫକିରାବାଦ ଉର୍ଦ୍ଦୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉତ୍କଳ ଦିବସ ପାଳିତ
କେନ୍ଦ୍ରାପଡ଼ା, ୦୧ ଏପ୍ରିଲ୍(ହି.ସ.) – କେନ୍ଦ୍ରାପଡା ମ୍ୟୁନିସିପାଲିଟି ଅନ୍ତର୍ଗତ ଫକିରାବାଦ ଉର୍ଦ୍ଦୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ “ଉତ୍କଳ ଦିବସ”ପଧାନ ଶିକ୍ଷକ ଶେଖ ମନସୁର ଅଲ୍ଲୀଙ୍କ ସଭାପତିତ୍ୱରେ ପାଳିତ ହୋଇଅଛି। ଉକ୍ତ ଦିବସ ପାଳନ ଅବସରରେ ପ୍ରଥମେ ଉତ୍କଳ ଗୈାରବ ମଧୁସୂଦନ ଦାସ ଓ ଉତ୍କଳମଣି ପଣ୍ଡ
----ଫକିରାବାଦ ଉର୍ଦ୍ଦୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉତ୍କଳ ଦିବସ ପାଳିତ


କେନ୍ଦ୍ରାପଡ଼ା, ୦୧ ଏପ୍ରିଲ୍(ହି.ସ.) – କେନ୍ଦ୍ରାପଡା ମ୍ୟୁନିସିପାଲିଟି ଅନ୍ତର୍ଗତ ଫକିରାବାଦ ଉର୍ଦ୍ଦୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ “ଉତ୍କଳ ଦିବସ”ପଧାନ ଶିକ୍ଷକ ଶେଖ ମନସୁର ଅଲ୍ଲୀଙ୍କ ସଭାପତିତ୍ୱରେ ପାଳିତ ହୋଇଅଛି। ଉକ୍ତ ଦିବସ ପାଳନ ଅବସରରେ ପ୍ରଥମେ ଉତ୍କଳ ଗୈାରବ ମଧୁସୂଦନ ଦାସ ଓ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ବରିଷ୍ଠ ଉପଦେଷ୍ଟା ଭ୍ରମର ରାଉତ ଯୋଗଦେଇ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ସମ୍ପର୍କରେ ଆଲୋଚନା କରିବା ସହ ମଧୁବାବୁ ଓ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଚରିତ୍ର ଓ ପ୍ରଦେଶ ଗଠନରେ ଥିବା ପ୍ରମୁଖ ଭୂମିକା ଉପରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ମୀର ରଫିକ୍, ଗାଙ୍ଗେୟ କୁମାର ବିଶ୍ୱାଳ ଯୋଗଦେଇ ଉତ୍କଳ ପ୍ରଦେଶ ଗଠନ ସଂପର୍କରେ ଆଲୋଚନା କରିଥିଲେ। ଚିନ୍ତାମଣି ଗୁରୁଜୀ ଓ ରଶ୍ମିଦେବୀ ସ୍ମାରକୀ ନ୍ୟାସ ପକ୍ଷରୁ ବକ୍ତୁତା ଦେଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande