କନିକା-ଚାନ୍ଦବାଲି ବୈତରଣୀ ମହୋତ୍ସବ ଉଦଘାଟିତ
ଭଦ୍ରକ, ୧ ଅପ୍ରେଲ (ହି.ସ.) - ଚାନ୍ଦବାଲି ଦୁର୍ଗା ପଡିଆ ପରିସର ମଧ୍ୟରେ କନିକା- ଚାନ୍ଦବାଲି ମହୋତ୍ସବ ୨୦୨୬ ମହାସମାରୋହରେ ଉଦ୍ଘାଟିତ ହୋଇଯାଇଛି। ନିମନ୍ତ୍ରିତ ଅତିଥିମାନେ ଶ୍ରୀକୃଷ୍ଣଙ୍କ ମୃଣ୍ମୟୀ ମୂର୍ତିରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ୱଳନ କରି ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।
KANIKA CHANDBALI BAITARANI MAHOSTAV


ଭଦ୍ରକ, ୧ ଅପ୍ରେଲ (ହି.ସ.) - ଚାନ୍ଦବାଲି ଦୁର୍ଗା ପଡିଆ ପରିସର ମଧ୍ୟରେ କନିକା- ଚାନ୍ଦବାଲି ମହୋତ୍ସବ ୨୦୨୬ ମହାସମାରୋହରେ ଉଦ୍ଘାଟିତ ହୋଇଯାଇଛି। ନିମନ୍ତ୍ରିତ ଅତିଥିମାନେ ଶ୍ରୀକୃଷ୍ଣଙ୍କ ମୃଣ୍ମୟୀ ମୂର୍ତିରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ୱଳନ କରି ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ପ୍ରଫେସର ବୈକୁଣ୍ଠ ନାଥ ପରିଡାଙ୍କ ପୌରହିତ୍ୟରେ ମୁଖ୍ୟ ଅତିଥି ଭାବେ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ସୌଭାଗ୍ୟ କୁମାର ସାହୁ,ମୁଖ୍ୟ ବକ୍ତା ଡାକ୍ତର ଅଶୋକ କୁମାର ମିଶ୍ର,ବିଶିଷ୍ଟ ଅତିଥି ସମାଜସେବୀ ସତ୍ୟାନନ୍ଦ ରାଉତ,ସମ୍ମାନିତ ଅତିଥି ଏସ୍. ଏନ୍ କଲେଜ ଅଧ୍ୟକ୍ଷ ଉପେନ୍ଦ୍ର କୁମାର ପଣ୍ଡା, କାର୍ଯ୍ୟକାରୀ ସଭାପତି ବ୍ରଜ କିଶୋର ପଣ୍ଡା ପ୍ରମୁଖ ଯୋଗ ଦେଇ କନିକା-ଚାନ୍ଦବାଲି ବୈତରଣୀ ମହୋତ୍ସବର ପ୍ରାଚୀନ ସ୍ଥିତି,ଭିତି ଓ ଭାରତୀ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ। ଏଥିରେ ଅତିଥି ପରିଚୟ ନିର୍ମଳ ରାଉତ ଓ ସ୍ୱାଗତ ଭାଷଣ ମଙ୍ଗୁଳି ଚରଣ ବେହେରା ପ୍ରଦାନ କରିଥିବା ବେଳେ ମୁଖ୍ୟ ଆବାହକ ବିଶ୍ୱ କେଶରୀ ମହାନ୍ତି ସଂକ୍ଷିପ୍ତ ସୂଚନା ଓ ଉତ୍ସବର ଆଭିମୁଖ୍ୟ ସମ୍ପର୍କରେ ମତ ବ୍ୟକ୍ତ କରିଥିଲେ।ଏଥିରେ ସାହିତ୍ୟିକ ପ୍ରଫୁଲ୍ଲ କୁମାର ଦାସ,ଶିକ୍ଷାବିତ୍ ଅମୂଲ୍ୟ କୁମାର ରାଉତ,ଦେବବ୍ରତ ଦାସ,ଗଙ୍ଗାଧର ଦାସ, ଚନ୍ଦ୍ରକାନ୍ତି ଦାସ, ପ୍ରକାଶ ସେଠୀ, ଗୀତାଞ୍ଜଳି ମହାନ୍ତି ପ୍ରମୁଖ କର୍ମକର୍ତା ସମ୍ପୂର୍ଣ୍ଣ ପରିଚାଳନା କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ଅନ୍ତର୍ଗତ ଲୋକବାଦ୍ୟ ଓ ଲୋକ ନୃତ୍ୟରେ ଦର୍ଶକ ଆତ୍ମ ବିଭୋର ହୋଇଥିଲେ। ଶେଷରେ ଅମିୟ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande