
ଭୁବନ, ୦୧ ଏପ୍ରିଲ୍(ହି.ସ.) – ଢ଼େଙ୍କାନାଳ ଜିଲ୍ଲା ଭୁବନର ପ୍ରସିଦ୍ଧ ଶକ୍ତିପୀଠ ହିଙ୍ଗୁଳା ଠାକୁରାଣୀଙ୍କ ପବିତ୍ର ପୀଠରେ ଆଜି ବୁଧବାର ଠାରୁ ୬୮ ତମ(ଝାମୁଯାତ୍ରା, ମହାଯଜ୍ଞ) ହିଙ୍ଗୁଳା ଯାତ୍ରା ଆରମ୍ଭ ହୋଇଛି। ଏହି ଉପଲକ୍ଷେ ବୁଧବାର ଅପରାହ୍ନରେ ଶତାଧିକ ପୁରୁଷ, ମହିଳା କଳସ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ମା ହିଙ୍ଗୁଳାଙ୍କ ନିକଟରେ ଘଟ ସ୍ଥାପନ କରିବେ। ଆସନ୍ତାକାଲି ଗୁରୁବାର ପୂର୍ଣ୍ଣମୀ ଦିନ ଅପରାହ୍ନ ୪ଘଟିକା ସମୟରେ ମାନସିକ ବ୍ରତଧାରୀ ପାଟୁଆଙ୍କ ଦ୍ୱାରା(ଝାମୁଯାତ୍ରା) ନିଆଁରେ ଚାଲିବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ସନ୍ଧ୍ୟାରୁ ଶନିବାର ପର୍ଯ୍ୟନ୍ତ ପୂଜାର୍ଚ୍ଚନା, ହୋମଯଜ୍ଞ ଓ ନାମ ସଙ୍କୀର୍ତନ ଅନୁଷ୍ଠିତ ହେବ ଏବଂ ୫ ତାରିଖ ରବିବାର ଦିନ ସନ୍ଧ୍ୟାରେ ପୂର୍ଣ୍ଣାହୁତି କାର୍ଯ୍ୟ ସମ୍ପନ୍ନ ହେବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ହିଙ୍ଗୁଳା ଦେବୀ ଠାକୁରାଣୀ ଚାରିଟେବୁଲ୍ ଟ୍ରଷ୍ଟ ସଭାପତି ସ୍ୱପତି ଶଶୀ ଭୂଷଣ ପୃଷ୍ଟିଙ୍କ ସମେତ ସମ୍ପାଦକ କୁଞ୍ଜ ବିହାରୀ ଚିନରା, ସତ୍ୟାନନ୍ଦ ପୃଷ୍ଟି, ବିଶ୍ୱନାଥ ନାୟକ, ଖଗେଶ୍ୱର ନାୟକ, ନରୋତମ ସାହୁ, ମୂଖ୍ୟ କଳସୀ ଦେବବ୍ରତ ପୃଷ୍ଟି ଓ ଭୁବନ ସଂକୀର୍ତନ ମଣ୍ଡଳୀ ସକ୍ରିୟ ଅଂଶଗ୍ରହଣ ଓ ସହଯୋଗ କରୁଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି