
କେନ୍ଦୁଝର, ୦୧ ଏପ୍ରିଲ୍(ହି.ସ.) – କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ଆଚାର୍ଯ୍ୟ ଦାଶରଥି ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ଓ ଗ୍ରାମର ଆବାଳ ବୃଦ୍ଧ ବନିତାଙ୍କ ସମାବେଶରେ ନନ୍ଦ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ମୁଖ୍ୟକର୍ତା ନକୁଳ ଚନ୍ଦ୍ର ପଲେଇ ନନ୍ଦ ରାଜା, ତାଙ୍କର ଧର୍ମପତ୍ନୀ ନିରୁପମା କବି ମହାରାଣୀ ଯଶୋଦା ଓ ଅନ୍ୟତମ କର୍ତ୍ରୀ ଯଶୋଦା ପଲେଇ ରୋହିଣୀ ଅଭିନୟ କରି ନନ୍ଦଉତ୍ସବକୁ ସଫଳ କରିଥିଲେ।ନରେନ୍ଦ୍ର ପଲେଇଙ୍କ ନାତି ଶ୍ରୀ ମାନ ଚିରଞ୍ଜୀବ ବାଳ ଗୋପାଲ ଅଭିନୟ କରିଥିଲେ। ଗ୍ରାମବାସୀମାନେ ଗୋପାଳ ଗୋପାଳୁଣି ବେଶରେ ନନ୍ଦ ରାଜାଙ୍କ ରାଜ ନବରରେ ପଶି ବାଳ ଗୋପାଳଙ୍କୁ ଦର୍ଶନ କରି ହଳଦୀ ମରାମରି ହୋଇ ମହାଆନନ୍ଦରେ ନୃତ୍ୟ ଗୀତ ଗାଇ ମହୋତ୍ସବକୁ ପାଳନ କରିଥିଲେ। ଏହି ମହୋତ୍ସବ ପଦ୍ମନାଭ ପଲେଇ, ବାବୁଲାଲ ପଲେଇ, ଶିବ ପ୍ରସାଦ ମହାକୁଡ, ପ୍ରଫୁଲ୍ଲ ପଲେଇ, ରାଜେନ୍ଦ୍ର ପଲେଇ, ଅର୍ଜୁନ ପଲେଇ, ଗୁରୁଚରଣ ପଲେଇ, ଲୋକନାଥ ପଇଦା,ଭଜ ପଇଦା, ଲିଜା ପଲେଇ, ଝୁନୁ ପଲେଇ ଓ ହେମଲତା ରଣା ପ୍ରମୁଖଙ୍କ ସହଯୋଗରେ ସଫଳ ହୋଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA