କୁଡୁମୁଲୁଗୁମ୍ମା ମହାବିଦ୍ୟାଳୟ ରେ ରାଜ୍ୟ ସ୍ତରୀୟ ଏନ ଏସ ଏସ ଶିବିର ଉଦଘାଟିତ
ମାଲକାନଗିରି , ୧ ଏପ୍ରିଲ୍ (ହି.ସ.)- ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କୁଡୁମୁଲୁଗୁମ୍ମା ଡାରଉଈନ୍ ସ୍ମାରକୀ ସ୍ନାତକ ମହାବିଦ୍ୟାଳୟ ପରିସରରେ ରାଜ୍ୟ ସ୍ତରୀୟ ଏନ୍ ଏସ୍ ଏସ୍ ଜନଜାତି ସ୍ବେଛାସେବୀ ସଶକ୍ତିକରଣର ତିନିଦିନିଆ ଶିବିର ଆଜି ଉଦଘାଟିତ ହୋଇଯାଇଛି । ଶିବିରଟି ଜୟପୁର ବିକ୍ରମଦେବ ବିଶ୍ୱବିଦ୍ୟା
କୁଡୁମୁଲୁଗୁମ୍ମା ମହାବିଦ୍ୟାଳୟ ରେ ରାଜ୍ୟ ସ୍ତରୀୟ ଏନ ଏସ ଏସ ଶିବିର ଉଦଘାଟିତ


ମାଲକାନଗିରି , ୧ ଏପ୍ରିଲ୍ (ହି.ସ.)- ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କୁଡୁମୁଲୁଗୁମ୍ମା ଡାରଉଈନ୍ ସ୍ମାରକୀ ସ୍ନାତକ ମହାବିଦ୍ୟାଳୟ ପରିସରରେ ରାଜ୍ୟ ସ୍ତରୀୟ ଏନ୍ ଏସ୍ ଏସ୍ ଜନଜାତି ସ୍ବେଛାସେବୀ ସଶକ୍ତିକରଣର ତିନିଦିନିଆ ଶିବିର ଆଜି ଉଦଘାଟିତ ହୋଇଯାଇଛି । ଶିବିରଟି ଜୟପୁର ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଆନୁକୁଲ୍ୟରେ ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା ତିନି ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଆଜିର ଉଦଘାଟନୀ କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟର ସଭାପତି ତଥା ଉପ ଜିଲ୍ଲାପାଳ ଦୁର୍ଯୋଧନ ଭୋଈ ସଭାପତିତ୍ବ କରିଥିଲେ!, ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବେଦବର ପ୍ରଧାନ ଯୋଗ ଦେଇଥଲେ, ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ଗୋବିନ୍ଦ ପାତ୍ର, ଖଇରପୁଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅର୍ପିତା ମହାନ୍ତି, କୁଡୁମୁଲୁଗୁମ୍ମା ତହସିଲଦାର କ୍ରିଷ୍ଣ ଚନ୍ଦ୍ର ଦାସ, ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ମାଣ୍ଡାଙ୍ଗି, ଯୁକ୍ତତିନି ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ ଓ ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଗୌରୀ ଶଙ୍କର ବେହେରା ଓ ମୁଖ୍ୟ ବକ୍ତା ତଥା ବିକ୍ରମଦେବ ବିଶ୍ୱବିଦ୍ୟାଳୟ ର ପ୍ରୋଗ୍ରାମ ସ°ଯୋଜକ ଡଃ ମନୋରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ସମ୍ପୁର୍ଣ୍ଣ କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟର ଏନ ଏସ ଏସ ପ୍ରୋଗ୍ରାମ ଅଧିକାରୀ ବିଶ୍ଵଜିତ ମହାନ୍ତି ପରିଚାଳନା କରିଥିଲେ । ସର୍ବ ପ୍ରଥମେ ଅତିଥି ମାନେ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ସହ ଦ୍ୱିପ ପ୍ରଜ୍ବଳନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ନିଜର ଅଭିଭାଷଣରେ କହିଛନ୍ତି ଯେ, ଆଜି ଏକ ଗୈାରବର ମୁହୂର୍ତ୍ତ କାରଣ, ମାଲକାନଗିରି ଜିଲ୍ଲାର କୁଡୁମୁଲୁଗୁମ୍ମା ଭଳି ଏକ ଆଦିବାସୀ ଅଧ୍ୟୁଷିତ ମହାବିଦ୍ୟାଳୟକୁ ଏନ୍ ଏସ ଏସ ର ରାଜ୍ୟ ସ୍ତରୀୟ ଜନଜାତି ସ୍ବେଛାସେବୀ ସଶକ୍ତିକରଣ ଶିବିର ଆୟୋଜନ ର ଦାୟିତ୍ଵ ମିଳିଥିବାରୁ ସେ ଅତ୍ୟନ୍ତ ଖୁସୀ ବୋଲି କହିଥିଲେ । ସେ ରାଜ୍ୟର ୨୦ ଗୋଟି ମହାବିଦ୍ୟାଳୟରୁ ଆସିଥିବା ସମସ୍ତ ସ୍ବେଛାସେବୀ ମାନଙ୍କୁ ଆଜିର ଓଡିଶା ଦିବସ ର ଅଭିନନ୍ଦନ ଜଣାଇ କହିଥିଲେ ଯେ, ଏହି ଯୋଜନା ର ମହତ ଉଦ୍ଦେଶ୍ୟ ସେତେବେଳେ ଚରିତାର୍ଥ ହେବ ଯେତେବେଳେ ପ୍ରତ୍ୟେକ ସ୍ବେଛାସେବୀ ନିଶ୍ୱାର୍ଥପର ସମର୍ପଣ ଭାବନା ସହିତ କାର୍ଯ୍ୟ କରିବେ, ସେ ବିଭିନ୍ନ ଉଦାହରଣ ମାଧ୍ୟମରେ ଓଡ଼ିଶାର ମହାନ୍ ବ୍ୟକ୍ତିତ୍ୱ ସନ୍ଥକବି ଭୀମଭୋଇ ଓ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ତ୍ୟାଗ ଓ ବଳିଦାନ ବିଷୟରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । ମୁଖ୍ୟବକ୍ତା ମଧ୍ୟ ନିଜର ଅଭିଭାଷଣରେ ଏହି ମହାବିଦ୍ୟାଳୟ ର କାର୍ଯ୍ୟଶୈଳିକୁ ଭୁୟସୀ ପ୍ରଶ°ସା କରିବା ସହ ଜାତୀୟ ସେବା ସଂସ୍ଥା ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୁବକମାନଙ୍କ ମଧ୍ୟରେ ସାମାଜିକ ସେବା ଭାବନା ବିକଶିତ କରିବା ଏବଂ ଏହାର ଆଦର୍ଶବାକ୍ୟ (ମୁଁ ନୁହେଁ, କିନ୍ତୁ ତୁମେ) କୁ ଚରିତାର୍ଥ କରିବା ।

ଆଗାମୀ ତିନି ଦିନ ମଧ୍ୟରେ ୨୦ ଗୋଟି ପର୍ଯ୍ୟାୟର ହେବାକୁ ଥିବା କାର୍ଯ୍ୟକ୍ରମ ବିଷୟରେ ସବିଶେଷ ବିବରଣୀ ପ୍ରଦାନ ସହ, ଏଥିନିମନ୍ତେ ସମସ୍ତ ସ୍ବେଛାସେବୀ ଙ୍କୁ ଶାରିରୀକ ଓ ମାନସିକ ସ୍ତରରେ ପ୍ରସ୍ତୁତ ରହିବାକୁ ଅନୁରୋଧ କରିଛନ୍ତିି । ପରିଶେଷରେ ଏନ୍ ଏସ ଏସ ର କାର୍ଯ୍ୟକ୍ରମ ଅଧିକାରୀ ବିଶ୍ୱଜିତ ମହାନ୍ତି ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ୍ ଦେବାସହ ଚଳିତ ଶିବିରର ସଫଳତା କାମନା କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande