ରାଜ୍ୟସଭାରେ ଜାଲଜାତି ପ୍ରମାଣପତ୍ରଧାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କଲେ ସାଂସଦ ନିରଞ୍ଜନ ବିଶି
ବଲାଙ୍ଗୀର,୦୧ ଏପ୍ରିଲ୍(ହି.ସ.) – ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ସଂସଦରେ ଜାଲ ଜାତି ପ୍ରମାଣପତ୍ର ବ୍ୟବହାର ନେଇ ଗଭୀର ଉଦ୍ବେଗ ପ୍ରକାଶ କରିବା ସହିତ ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ କଡ଼ା ଭାବରେ କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି। ସାଂସଦ ଶ୍ରୀ ବିଶି କହିଛନ୍ତ
ରାଜ୍ୟସଭା ରେ ଜାଲଜାତି ପ୍ରମାଣପତ୍ରଧାରୀ ଙ୍କ ବିରୁଦ୍ଧରେ  କଡା କାର୍ଯ୍ୟାନୁଷ୍ଠାନ ଦାବି କଲେ ସାଂସଦ ନିରଞ୍ଜନ ବିଶି”


ବଲାଙ୍ଗୀର,୦୧ ଏପ୍ରିଲ୍(ହି.ସ.) – ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ସଂସଦରେ ଜାଲ ଜାତି ପ୍ରମାଣପତ୍ର ବ୍ୟବହାର ନେଇ ଗଭୀର ଉଦ୍ବେଗ ପ୍ରକାଶ କରିବା ସହିତ ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ କଡ଼ା ଭାବରେ କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି।

ସାଂସଦ ଶ୍ରୀ ବିଶି କହିଛନ୍ତି ଯେ ସାଧାରଣ ବର୍ଗର ଅଯୋଗ୍ୟ ବ୍ୟକ୍ତିମାନେ ଜାଲିଆତି କରି ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ପ୍ରମାଣପତ୍ର ଦ୍ୱାରା ସଂରକ୍ଷଣରେ ସରକାରୀ ଚାକିରି, ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନରେ ଭର୍ତି, ଏସ୍ଟି ଏସ୍ସି ଜମି କ୍ରୟ, ଏବଂ ବିଭିନ୍ନ ସରକାରୀ ସୁବିଧା ଉପଭୋଗ କରୁଛନ୍ତି।

ଏହା ଭାରତୀୟ ସଂବିଧାନର ଧାରା ୧୫(୪), ୧୬(୪), ୪୬, ୩୩୮ ଓ ୩୩୮(କ)ର ସ୍ପଷ୍ଟ ଉଲ୍ଲଂଘନ ବୋଲି ସାଂସଦ ଶ୍ରୀ ବିଶି କହିଛନ୍ତି।

ଶ୍ରୀ ବିଶି ଦାବି କରିଛନ୍ତି, ଜାଲ୍ ଜାତି ପ୍ରମାଣପତ୍ର ତୁରନ୍ତ ରଦ୍ଦ କରାଯାଉ, ବେଆଇନ ଉପାୟରେ ଚାକିରି ପାଇଥିବା ଅଣ ଅନୁସୂଚିତ ଜାତି/ଜନଜାତି କର୍ମଚାରୀ ଓ ଅଧିକାରୀଙ୍କୁ ଚାକିରୀରୁ ବହିସ୍କୃତ କରାଯାଉ, ସମସ୍ତ ଅବୈଧ ସମ୍ପତି ସରକାର ଅସୁଳି କରନ୍ତୁ ବୋଲି ଶ୍ରୀ ବିଶି ଦାବି କରିଛନ୍ତି।

ରାଜ୍ୟସଭାରେ ସାଂସଦ ନିରଞ୍ଜନ ବିଶି ଆହୁରି କ୍ଷୋଭ ପ୍ରକାଶ କରିଥିଲେ ଯେ ହାଇକୋର୍ଟରେ ଷ୍ଟେ ଅର୍ଡର ଦ୍ୱାରା ନକଲି ଏସ୍ଟି ଏସ୍ସିମାନେ ବର୍ଷ ବର୍ଷ ଧରି ଚାକିରୀ କରୁଛନ୍ତି। ଏସ୍ଟି ଏସ୍ସି ପାଇଁ ଉଦ୍ଧିଷ୍ଟ ଅନ୍ୟାନ୍ୟ ସରକାରୀ ସୁବିଧା ପାଉଛନ୍ତି, ତେଣୁ ଏହାର ସମୟସୀମା ମଧ୍ୟରେ ସମାଧାନ ଆବଶ୍ୟକ। ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କ ଅଧିକାର ସୁରକ୍ଷା କରିବା ସରକାରଙ୍କ ନୈତିକ ଓ ସଂବିଧାନିକ କର୍ତବ୍ୟ ବୋଲି ଶ୍ରୀ ବିଶି ଉଲ୍ଲେଖ କରିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande