
ମାଲକାନଗିରି,୧ ଏପ୍ରିଲ୍ (ହି.ସ.)ଚଳିତ ବର୍ଷ ୨୦୨୬/୨୭ ବର୍ଷ ପାଇଁ ମାଲକାନଗିରି ଓକିଲ୍ ସଂଘର ନିର୍ବାଚନ ଗତ ୨୮ତାରିଖରେ ହୋଇଯାଇଛି। ଉକ୍ତ ନିର୍ବାଚନ ରେ ନିର୍ବାଚିତ ପ୍ରତିନିଧି ମାନଙ୍କୁ ବୁଧବାର ମୁଖ୍ୟ ନିର୍ଵାଚନ ଅଧିକାରି ଆଇନଜୀବୀ ରତିକୃଷ୍ଣ ପାତ୍ର ଓକିଲ ସଂଘ୍ ସଭା ଗୃହରେ ଶପଥ ପାଠ କରାଇଥିଲେ। ସଭାପତି ଭାବେ ପ୍ରିତିପଲ୍ ସିଂ, ଉପ ସଭାପତି ଭାବେ ସରୋଜ କୁମାର ମହାନ୍ତି, ସମ୍ପାଦକ ଭାବେ ନୃସିଂହ ଚରଣ ମହାନ୍ତି, ସହ ସମ୍ପାଦକ ଭାବେ ସାଗର ପାଣିଗ୍ରାହୀ, କୋଷାଧକ୍ଷ ଭାବେ ବିଭୁ ଆସିଦାନ୍ ସଗରିଆ ଓ ଏଜକୁଟିଭ ମେମ୍ବର ଭାବେ ନୀଳକଣ୍ଠ ମଲିକ୍, ଶୈଳବାଳା ପଣ୍ଡା, ରୁମ୍ପା ଦେବନାଥ, ରମେଶ ଦେଉରି, ନରେନ୍ଦ୍ର ଛତ୍ରୀ ସମେତ ସମସ୍ତେ ଶପଥ ପାଠ ଗ୍ରହଣ କରିଥଲେ। ଏହି ଶପଥ ଗ୍ରହଣ ଉତ୍ସବ ରେ ଜିଲ୍ଲାର ଆଇନଜୀବୀ ମାନେ ଉପସ୍ଥିତ ଥିଲେ। ଏହି ଅବସରରେ ସଭାପତି ସିଂ ପୁର୍ବରୁ ଓକିଲ ସଂଘ ପାଇଁ କରିଥିବା କାମ ବିଷୟରେ କହିବା ସହ ଅଧୁରା ଥିବା କାମ ସବୁ କରିବି ବୋଲି କହିବା ସହ ସମସ୍ତ ମେମ୍ବର ତାଙ୍କୁ ସଭାପତି ପଦବୀ ଦେଇଥିବାରୁ ଧନ୍ୟବାଦ ଦେଇଥିଲେ। ସମ୍ପାଦକ ମହାନ୍ତି କହିଥିଲେ ଓକିଲ ସଂଘ୍ ସମସ୍ତ ଜନସାଧରଣଙ୍କ ସେବାରେ ନିୟୋଜିତ ରହିବ। ଏଥିସହ ସମସ୍ତ ଆଇନଜୀବୀ ଙ୍କ ସୁରକ୍ଷା ଓ ପେଶା ରେ ସଂଘ ସର୍ବଦା ସହୋଯୋଗ କରିବେ, ଏଥର ସମସ୍ତ କର୍ମକର୍ତ୍ତା ଏକ ମନ ଥିବାରୁ ଏଥର ଓକିଲ ସଂଘ୍ ବହୁତ ଭଲ କାମ କରିବ ବୋଲି କହିଛନ୍ତି। ଏହା ପରେ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ