ଓରମାସରେ ନିଆରା ଢଙ୍ଗରେ ପାଳିତ ହେଲା ଓଡ଼ିଶା ଦିବସ
ଭୁବନେଶ୍ୱର, ୦୧ ଏପ୍ରିଲ (ହି.ସ.)- ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି (ଓରମାସ) ପରିସରରେ ଚଳିତ ବର୍ଷ ଓଡ଼ିଶା ଦିବସ ଏକ ଭିନ୍ନ ଓ ଆକର୍ଷଣୀୟ ଶୈଳୀରେ ପାଳିତ ହୋଇଯାଇଛି। ଡିଡିୟୁ-ଜିକେୱାଇ ପ୍ରଶିକ୍ଷୁ ଯୁବକ-ଯୁବତୀ ଏବଂ କର୍ମଚାରୀମାନଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଏକ ରଙ୍ଗାରଙ୍ଗ ସାଂସ୍
ଓରମାସରେ ନିଆରା ଢଙ୍ଗରେ ପାଳିତ ହେଲା ଓଡ଼ିଶା ଦିବସ


ଭୁବନେଶ୍ୱର, ୦୧ ଏପ୍ରିଲ (ହି.ସ.)- ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି (ଓରମାସ) ପରିସରରେ ଚଳିତ ବର୍ଷ ଓଡ଼ିଶା ଦିବସ ଏକ ଭିନ୍ନ ଓ ଆକର୍ଷଣୀୟ ଶୈଳୀରେ ପାଳିତ ହୋଇଯାଇଛି। ଡିଡିୟୁ-ଜିକେୱାଇ ପ୍ରଶିକ୍ଷୁ ଯୁବକ-ଯୁବତୀ ଏବଂ କର୍ମଚାରୀମାନଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଏକ ରଙ୍ଗାରଙ୍ଗ ସାଂସ୍କୃତିକ ଉତ୍ସବର ରୂପ ନେଇଥିଲା।

ଏହି ଅବସରରେ ପ୍ରଶିକ୍ଷୁମାନେ ଓଡ଼ିଶାର ସମୃଦ୍ଧ କଳା ଓ ପରମ୍ପରାକୁ ଅତି ସୁନ୍ଦର ଭାବେ ପ୍ରଦର୍ଶିତ କରିଥିଲେ। ପାରମ୍ପରିକ ନୃତ୍ୟ, ସଙ୍ଗୀତ ଏବଂ ଚିତ୍ତାକର୍ଷକ ରଙ୍ଗୋଲି ମାଧ୍ୟମରେ ଓଡ଼ିଶାର ଐତିହ୍ୟ ପ୍ରତି ସେମାନଙ୍କର ଗଭୀର ମମତା ଓ ଗର୍ବ ପ୍ରକାଶ ପାଇଥିଲା। ଏହି ଆୟୋଜନ ସମଗ୍ର କାର୍ଯ୍ୟାଳୟ ପରିସରକୁ ଉତ୍ସବମୁଖର କରିବା ସହ ସମସ୍ତଙ୍କ ମଧ୍ୟରେ ଏକତା ଓ ଭାତୃଭାବ ସୃଷ୍ଟି କରିଥିଲା।

କାର୍ଯ୍ୟକ୍ରମରେ ଓରମାସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ ମୋନିକା ପ୍ରିୟଦର୍ଶିନୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଶିକ୍ଷୁମାନଙ୍କ ସୃଜନଶୀଳତା ଓ ଉତ୍ସାହକୁ ଉଚ୍ଚ ପ୍ରଶଂସା କରିଥିଲେ। ତାଙ୍କ ସହ ଅତିରିକ୍ତ ସିଇଓ (ଅର୍ଥ) ଶ୍ରୀ ସଞ୍ଜୀବ କୁମାର ସିଂହ ଏବଂ ଅତିରିକ୍ତ ସିଇଓ (ପ୍ରଶାସନ) ଶ୍ରୀମତୀ ଗୀତାଞ୍ଜଳି ବେହେରା ଉପସ୍ଥିତ ରହି ଯୁବକ-ଯୁବତୀଙ୍କ ଏଭଳି ସକ୍ରିୟ ଅଂଶଗ୍ରହଣକୁ ସ୍ୱାଗତ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande