
ଭଦ୍ରକ, ୧ ଅପ୍ରେଲ (ହି.ସ.) - ଆଜି ସକାଳ ୮ ଟା ୩୦ ରୁ ୯ ଟା ୩୦ ପର୍ଯ୍ୟନ୍ତ ବିଦ୍ୟା ଭାରତୀ, ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ଯୋଜନା ଆଧାରରେ, ସ.ଶି.ବି.ମ. ପୁରୁଣାବଜାର, ଭଦ୍ରକରେ ନୂତନ ଭାବେ ବିଦ୍ୟାଳୟରେ ନାମ ଲେଖୁଥିବା ଭାଇଭଉଣୀଙ୍କର ମଙ୍ଗଳ କାମନା କରି ମା ‘ ବାର୍ଗେବୀଙ୍କ ନିକଟରେ ପୂଜା ଓ ହୋମକାର୍ଯ୍ୟ କରାଯାଇଥିଲା । ଏହା ପରେ ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ରାଜକିଶୋର ଦାସଙ୍କର ଅଧ୍ୟକ୍ଷତାରେ ପବିତ୍ର “ଉତ୍କଳ ଦିବସ” ପାଳନ କରାଯାଇଥିଲା। ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଅଚ୍ୟୁତାନନ୍ଦ ପଣ୍ଡା ଅତିଥୂ ଭାବରେ ଆସନ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମର ମଂଚ ପରିଚାଳନାରେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଦିଲ୍ଲୀପ କୁମାର ସେଠୀ ଅଂଶ ଗ୍ରହଣ କରିଥିଲେ। ଶିଶୁ ମାନଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମଗୁଡିକ ଆଚାର୍ଯ୍ୟ ମନ୍ଦରଧର ସାହୁଙ୍କ ଦ୍ୱାରା ପରିଚାଳିତ ହେବା ପରେ ସଭା ସାଙ୍ଗ କରାଗଲା ଓ ପିଲାମାନଙ୍କୁ ମିଷ୍ଟାନ୍ନ ବଂଟନ କରିବାପରେ, ପିଲାମାନେ ନିଜ ନିଜର ଘରକୁ ପ୍ରତ୍ୟାଗମନ କରିଥିଲେ । ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ । ଆଚାର୍ଯ୍ୟା ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ଟି ସଫଳ ହୋଇଥୁଲା ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ