
ବଲାଙ୍ଗିର, 01 ଏପ୍ରିଲ୍ (ହି.ସ.)
ବଲାଙ୍ଗୀର ପୋଲିସ ପକ୍ଷରୁ ମୋନୋହର ପୂର୍ ପଡିଆ ଠାରେ ଆଜି ୯୧ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି ଏହି ଅବସର ରେ ସ୍ଥାନୀୟ ମୋନୋହର ପୂର୍ ପଡିଆ ଠାରେ ବିଭାଗ ପକ୍ଷରୁ ଏକ ପ୍ୟାରେଡ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି ଯୋଗଦେଇ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିଥିଲେ। ବଲାଙ୍ଗୀର ଜନ ସାଧାରଣ ଙ୍କ ଉଦ୍ଦେଶ୍ୟରେ ନିଜର ବକ୍ତବ୍ୟ ରଖିବା ଅବସର ରେ ପୋଲିସ ଶାସନ ଶୃଙ୍ଖଳା ସହ ସବୁବେଳେ ସେବାକୁ ପ୍ରାଧାନ୍ୟ ଦେଇ ଆସିଛି ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସର ରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ପୋଲିସ ମାନଙ୍କୁ ମାନପତ୍ର ଓ ଅର୍ଥରାଶି ପ୍ରଦାନ କରାଯାଇଥିଲା lଏସ୍. ଆଇ. ଶ୍ରୀ ବୈକୁଣ୍ଠ ଦେହୁରି ଏ.,ଏସ୍. ଆଇ. ଶ୍ରୀ ପ୍ରଦିପ କୁମାର ଦୁରିଆ ଓ.ଆର କନେଷ୍ଟବଲ ୭୭୪ / ଶୁଶାନ୍ତ କୁମାର ବାରିକ,ହାବିଲଦାର ୧୬ ୭ / ବରୁଣ କୁମାର ପାଣି, ଏ.ପି.ଆର କନେଷ୍ଟବଲ ୮୩୯ ପ୍ରଦୀପ କୁମାର ଭୋଇ ପ୍ରମୁଖ ୫ଜଣ
ପୋଲିସ କର୍ମଚାରୀଙ୍କୁ ଏସପି ଅଭିଳାଷ ଜି ସମ୍ମାନିତ କରିଥିଲେ ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ର ସମସ୍ତ ପୋଲିସ ଅଫିସର ଯୋଗଦେଇଥିଲେ
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ