ରାଣୀତାଲରେ ଉତ୍କଳ ଦିବସ ପାଳିତ
ଭଦ୍ରକ, ୧ ଅପ୍ରେଲ (ହି.ସ.) - ରାଣୀତାଲ ସମ୍ବାଦ ସାହିତ୍ୟ ଘର, ରାଣୀତାଲ ସାହିତ୍ୟ ସଂସ୍କୃତି ପରିଷଦ ଓ ରାଣୀତାଲ ବରିଷ୍ଠ ନାଗରିକ ମଂଚ ତରଫରୁ ଆଜି ଓଡିଶା ଦିବସ ରାଣୀତାଲ ଶିବମୁନି ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି। ରାଣୀତାଲ ସମ୍ବାଦ ସାହିତ୍ୟଘରର ସଭାପତି ଭାଗିରଥି ନାୟକଙ୍କ ସଭାପତିତ୍ୱରେ ଅନୁଷ୍
RANITAL UTKAL DIVAS PIC


ଭଦ୍ରକ, ୧ ଅପ୍ରେଲ (ହି.ସ.) - ରାଣୀତାଲ ସମ୍ବାଦ ସାହିତ୍ୟ ଘର, ରାଣୀତାଲ ସାହିତ୍ୟ ସଂସ୍କୃତି ପରିଷଦ ଓ ରାଣୀତାଲ ବରିଷ୍ଠ ନାଗରିକ ମଂଚ ତରଫରୁ ଆଜି ଓଡିଶା ଦିବସ ରାଣୀତାଲ ଶିବମୁନି ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି। ରାଣୀତାଲ ସମ୍ବାଦ ସାହିତ୍ୟଘରର ସଭାପତି ଭାଗିରଥି ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସଭାରେ ମୁଖ୍ୟଅତିଥି ଭାବେ ଭଦ୍ରକ ବରିଷ୍ଠ ନାଗରିକ ମଂଚର ସମ୍ପାଦକ କୈଳାଶ ମହାପାତ୍ର, ସମ୍ମାନିତ ଅତିଥି ଭାବେ ରାଣୀତାଲ ସାହିତ୍ୟ ସଂସ୍କୃତି ପରିଷଦର ସଭାପତି ବିମ୍ବାଧର ବେହେରା, ଶିବମୁ ନି ଆଶ୍ରମର ସଭାପତି ଯୋଗୀ ବିନୋଦ ବିହାରୀ ବାରିକ,ବରିଷ୍ଠ ନାଗରିକ ମଂଚର ସମ୍ପାଦକ ଦଶରଥ ପଣ୍ଡା, ମୁଖ୍ୟବକ୍ତା ଭାବେ କବି ନାରାୟଣ ଚନ୍ଦ୍ର ପ୍ରଧାନ ଯୋଗ ଦେଇ ଓଡିଶା ଦିବସର ମହତ୍ୱ ବିଷୟରେ ଆଲୋକପାତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କବି ରମେଶ ଚନ୍ଦ୍ର ବେହେରା, ଶିକ୍ଷୟିତ୍ରୀ ମନୋରମା ରାୟ, ସୁବ୍ରତ ମହାନ୍ତି,ଭାସ୍କର ଚଦ୍ର ବେହେରା, ସୁଶାନ୍ତ କୁମାର ମିଶ୍ର, କ୍ରୀଷ୍ଣଚନ୍ଦ୍ର ସେନାପତି, ଅଞ୍ଜନ କୁମାର ଲେଙ୍କା, ସବିତା ଚୌଧୁରୀ ଓଡିଶା ଉପରେ ସୁରଚିତ କବିତା ପାଠ କରିଥିଲେ। ସମ୍ବାଦ ସାହିତ୍ୟ ଘରର ସଭ୍ୟ ଅଟଳ ବାରିକ, କେଦାର ନାଥ ମହାପାତ୍ର, ରାଧାଶ୍ୟାମ ନାୟକ, ଦିପକ ନାୟକ, ଗଣେଶ ପ୍ରସାଦ ଦାଶ, ପ୍ରସନ୍ନ କୁମାର ପଣ୍ଡା, ଅଭିମନ୍ୟୁ ଲେଙ୍କା, ବସନ୍ତ କୁମାର ପଣ୍ଡା ସଭା ପରିଚାଳନାରେ ସହଯୋଗ କରିଥିବା ବେଳେ ସାମ୍ବାଦିକ ନଗେନ୍ଦ୍ର ପାଣି ସମସ୍ତଙ୍କର ସହଯୋଗ ପାଇଁ ଧନ୍ୟବାଦ ପ୍ରଦାନ କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande