



ବଲାଙ୍ଗିର, 01 ଏପ୍ରିଲ୍ (ହି.ସ.) ବଲାଙ୍ଗୀର, ଆଜି ବଲାଙ୍ଗୀରସ୍ଥ କଦମପଡାର ସରସ୍ବତୀ ଶିଶୁ ବିଦ୍ୟ ଜ୍ଞାନ ମନ୍ଦିରରେ “ଉତ୍କଳ ଦିବସ” ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ସନାତନ ମିଶ୍ରଙ୍କ ସଭାପତିତ୍ବରେ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ, ଆୟୁଧ ନିର୍ମାଣ ବିଦ୍ୟାଳୟ,ବଡମାଲ୍ ଯୋଗ ଦେଇଥିଲେ । ପ୍ରଥମେ ସମବେତ ସଙ୍ଗୀତ ଛାତ୍ରୀମାନେ ଗାନ କରିଥିଲେ । ଅତିଥି ପରିଚୟ ସହ ଉଦ୍ଦେଶ୍ୟ ଜ୍ଞାପନ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ମହୋଦୟ କରିଥିବା ବେଳେ ଛାତ୍ର ପ୍ରତ୍ୟୁଷ ତ୍ରିପାଠୀ ଓ ଅବିନାଶ ପଣ୍ଡା ସଂଯୋଜନା କରିଥିଲେ । ପରେ ସମସ୍ତେ ‘ବନ୍ଦେ ଉତ୍କଳ ଜନନୀ’ ସାମୁହିକ ଭାବରେ ଗାନ କରିଥିଲେ । ଶିଶୁବକ୍ତା ରୂପେ ପ୍ରଗତୀ ଦାଶ, ପୂର୍ବୀ ଭୋଇ,ଶିଖା ନାୟକ, ଆରବୀ ସାହୁ, ନିଜ ନିଜ ବକ୍ତବ୍ୟ ରଖିଥିଲେ । ଗୁରୁଜୀ ବକ୍ତା ଦିଲୀପ ନାଏକ ନିଜ ବକ୍ତବ୍ୟରେ ଓଡିଶାର ଶୈ।ର୍ଯ୍ୟପୂର୍ଣ୍ଣ ଇତିହାସ ଗାଥା ବର୍ଣ୍ଣନା କରିଥିଲେ । ମୁଖ୍ୟ ଅତିଥି କହିଲେ ଯେ ସିଂହ ଭଳି ‘ସ୍ବୟମେବ ମୃଗେନ୍ଦ୍ରତା’ ହେବା ପାଇ୍ଁ ଚେଷ୍ଟା କରିବା ଓ ରାଷ୍ଟ୍ର ହିତରେ ନିଜକୁ ପ୍ରେରିତ କରିବ଼।। ଏହାପରେ ଗୁରୁମା ସରିତା ମିଶ୍ରଙ୍କ ନିର୍ଦ୍ଦେଶନା ଓ ଗୁରୁମା ଭାରତୀ ସାହୁଙ୍କ ସଂଯୋଜନାରେ ଛାତ୍ରୀ ଅମିଷା ସାହୁ, ପ୍ରତ୍ୟାଷା ସାହୁ ଓ ମୋନିକା ପଟ୍ଟନାୟକ ଓଡିଶୀ ନୃତ୍ୟ ପ୍ରଦର୍ଶନ କରି ଥିଲେ । ମଞ୍ଚାସୀନ ଅନ୍ୟତମ ଅତିଥି ରୂପେ ସଂପାଦକ ତରଣୀସେନ ପଟେଲ ଓ ଉପସଭାପତି ରବୀନ୍ଦ୍ର ପଣ୍ଡା ଉପସ୍ଥିତ ରହିଥିଲେ
। ଶେଷରେ ସମସ୍ତଙ୍କ ଉଦ୍ଦେଶ୍ୟରେ ସମ୍ପାଦକ ମହୋଦୟ ଧନ୍ୟବାଦ ଅର୍ପଣ କରିଥିଲେ । ଏହିପରି ଗୁରୁମା ରିକୁନ୍ ଦାଶଙ୍କ ସଂଚାଳନରେ କାର୍ଯ୍ୟକ୍ରମଟି ସଫଳତା ସହ ସମ୍ପୁର୍ଣ୍ଣ ହୋଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ