ଜିଲ୍ଲାରେ ଆରମ୍ଭ ହେଲା ସ୍ୱ-ଗଣନା କାର୍ଯ୍ୟକ୍ରମ
କେନ୍ଦ୍ରାପଡ଼ା, ୦୧ ଏପ୍ରିଲ୍(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାରେଏପ୍ରିଲ୍ ୧ ଠାରୁ ସ୍ୱ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜିଲ୍ଲା ଜନଗଣନା ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନାଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜେନା ଜିଲ୍ଲାବାସୀଙ୍କୁ
ଜିଲ୍ଲାରେ ଆରମ୍ଭ ହେଲାସ୍ୱ-ଗଣନାକାର୍ଯ୍ୟକ୍ରମ ।


କେନ୍ଦ୍ରାପଡ଼ା, ୦୧ ଏପ୍ରିଲ୍(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାରେଏପ୍ରିଲ୍ ୧ ଠାରୁ ସ୍ୱ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜିଲ୍ଲା ଜନଗଣନା ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନାଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜେନା ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନେ ନିଜେ ସ୍ୱଗଣନାରେ ସାମିଲ୍ ହୋଇ ନିଜର ତଥ୍ୟ ନିଜେ ପ୍ରଦାନ କରନ୍ତୁ। ୧୫ଦିନ ସ୍ୱଗଣନା କାର୍ଯ୍ୟକ୍ରମ ଚାଲିବାପରେ ପ୍ରଶିକ୍ଷଣ ନେଇଥିବା ସୁପର ଭାଇଜରମାନେ ଏପ୍ରିଲ୍ ୧୬ ତାରିଖ ଠାରୁ ଘର ଘର ବୁଲି ଜନଗଣନାର ତଥ୍ୟ ସଂଗ୍ରହ କରିବେ ବୋଲି ଶ୍ରୀ ଜେନା ପ୍ରକାଶ କରିଛନ୍ତି। ଆୟୋଜିତ ଏହି ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମରେ ସହକାରୀ ଜିଲ୍ଲାପାଳ ସରୋଜ କୁମାର ବେହେରା, ଡି.ଆଇ.ଓ.ଏନ୍.ଆଇ.ସି. ଶୁଭେନ୍ଦୁ ଶେଖର ସାହୁ, ଜିଲ୍ଲା ଜନଗଣନା ଇନଚାର୍ଜ ରଶ୍ମିରଂଜନ ମାଣିକ, କନିଷ୍ଠ ନିର୍ବାହୀ ଅଧିକାରୀ ସମର୍ଥୀ ସେନ୍ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande