
ଝାରସୁଗୁଡା , 01 ଏପ୍ରିଲ୍ (ହି.ସ.) : ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ସରକାର ପକ୍ଷରୁ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷମାନଙ୍କ ନୂତନ ତାଲିକା ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷିତରେ ଝାରସୁଗୁଡା ଜିଲ୍ଲା ପାଇଁ ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି।ଏହି ନିଯୁକ୍ତି ପରେ ଝାରସୁଗୁଡା ଜିଲ୍ଲାରେ ଖୁସିର ଲହରୀ ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକମାନେ ଏହାକୁ ଜିଲ୍ଲାର ଉନ୍ନତି ପାଇଁ ଏକ ସକାରାତ୍ମକ ପଦକ୍ଷେପ ଭାବେ ଦେଖୁଛନ୍ତି। ଜିଲ୍ଲାର ମୁଖ୍ୟ ସମସ୍ୟାମାନଙ୍କ ସମାଧାନ, ବିଶେଷକରି ଶିଳ୍ପ ପ୍ରଦୂଷଣ ନିୟନ୍ତ୍ରଣ, ସ୍ୱାସ୍ଥ୍ୟ ସେବାର ସୁଧାର, ଶିକ୍ଷା କ୍ଷେତ୍ରରେ ନୂତନ ଯୋଜନା ପ୍ରସ୍ତୁତି ଏବଂ ସେଗୁଡିକର ସଠିକ୍ କାର୍ଯ୍ୟନ୍ୱୟନରେ ଟଙ୍କଧର ତ୍ରିପାଠୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ଆଶା କରାଯାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ