
କେନ୍ଦୁଝର, ୦୧ ଏପ୍ରିଲ୍(ହି.ସ.) – ପାଟଣାବ୍ଲକ ମୁଖ୍ୟାଳୟ ପାଟଣା ଆଂଚଳିକ ମହାବିଦ୍ୟାଳୟରେ ୩ଜଣ କର୍ମଚାରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଅଧ୍ୟକ୍ଷ ବୀରେନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମହାବିଦ୍ୟାଳୟ ଆରମ୍ଭରୁ ପଦାର୍ଥ ବିଜ୍ଞାନର ଡେମୋନଷ୍ଟେଟର ରଜତ କୁମାର ଦାଶ ଓ ଲ୍ୟାବ ସହାୟକ କ୍ଷେତ୍ର ମୋହନ ମହାନ୍ତି ଏବଂ ଚତୁର୍ଥ ଶ୍ରେଣୀ ମହିଳା କର୍ମଚାରୀ ମୋତି ମଣି ମହାନ୍ତିଙ୍କୁ ମିଶାଇ ଗୋଟିଏ ଦିନରେ ୩ ଜଣ କର୍ମଚାରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି।
କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଇଂ. ବିଦ୍ୟାଧର ଦାଶ ଯୋଗଦେଇ ଏହି କର୍ମଚାରୀଙ୍କୁ ମହାବିଦ୍ୟାଳୟ ତରଫରୁ ମାନପତ୍ର ଉପାନୟନ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ କାର୍ଯ୍ୟକାଳ ଶେଷ କରିଥିବା କର୍ମଚାରୀମାନଙ୍କ କଲେଜ ପ୍ରତି ଥିବା ଦାୟୀତ୍ୱ ଓ କର୍ତବ୍ୟ ନିଷ୍ଠାକୁ ସମସ୍ତେ ଭୁୟସୀ ପ୍ରସଂଶା କରିଥିଲେ। କାର୍ଯ୍ୟକ୍ରମରେ ଅଧ୍ୟାପକ ଆଶ୍ୱିନୀ କୁମାର ସାହୁ ଓ ଏନ୍ସିସି ଅଧିକାରୀ କ୍ୟାପଟେନ ଧର୍ମେନ୍ଦ୍ର କୁମାର ସାହୁ ସଂଯୋଜନା କରିଥିଲେ। ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଅଧ୍ୟାପକ ଜଗନ୍ନାଥ ମହାନ୍ତି, ଅଧ୍ୟାପକ ରତ୍ନାକର ମହାକୁର, ଶରତ ଚନ୍ଦ୍ର ମିଶ୍ର ଅଧ୍ୟାପିକା ସୁସ୍ନାତା ଶୋଭାଲିନ ମହାପାତ୍ର, ନୈଳାନୀ କାର୍ଜି, ସୁଚିସ୍ମିତା ଦାଶଙ୍କ ସହିତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭୁତ ମହାନ୍ତିଙ୍କ ସହିତ ଅନ୍ୟମାନେ ଉପସ୍ଥିତ ଥିଲେ। ଅବସର ନେଇଥିବା କର୍ମଚାରୀ ମାନଙ୍କ ଦୀର୍ଘାୟୁ କାମନା କରିବା ସହିତ ତାଙ୍କ ନିଷ୍ଠାକୁ ସବୁଦିନ ପାଇଁ ମନେ ରହିବ ବୋଲି କହିଥିଲେ। ଶେଷରେ ଅଧ୍ୟାପକ ସନ୍ତୋଷ କୁମାର ନଏକ ଧନ୍ୟବାଦ ଅର୍ପଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA