ବିଭିନ୍ନ ଅନୁଷ୍ଠାନ ତରଫରୁ ଓଡ଼ିଶା ଦିବସ ପାଳିତ
ଜୟପୁର, ୦୧ ଏପ୍ରିଲ୍(ହି.ସ.) – ବିଭିନ୍ନ ଅନୁଷ୍ଠାନ ତରଫରୁ ଓଡ଼ିଶା ଦିବସ ପାଳିତ ହୋଇଛି। ଜୟପୁରରେ ଉପଖଣ୍ଡ ସ୍ତରୀୟ ଓଡ଼ିଶା ଦିବସ ଅବସରରେ ସହରରେ ବିଭିନ୍ନ ସ୍ଥାନରେ ଥିବା ବରପୁତ୍ର, ସ୍ୱାଧିନତା ସଂଗ୍ରାମୀ ଓ ସହୀଦଙ୍କ ପ୍ରତିମୁର୍ତିରେ ସକାଳ ୮ଟାରେ ମାଲ୍ୟର୍ପଣ କରାଯାଇଥିଲା। ଏଠାରେ ମୁଖ୍ୟଅତିଥି ଭାବେ
ବିଭିନ୍ନ ଅନୁଷ୍ଠାନ ତରଫରୁ ଓଡିଶା ଦିବସ ପାଳିତ


ଜୟପୁର, ୦୧ ଏପ୍ରିଲ୍(ହି.ସ.) – ବିଭିନ୍ନ ଅନୁଷ୍ଠାନ ତରଫରୁ ଓଡ଼ିଶା ଦିବସ ପାଳିତ ହୋଇଛି। ଜୟପୁରରେ ଉପଖଣ୍ଡ ସ୍ତରୀୟ ଓଡ଼ିଶା ଦିବସ ଅବସରରେ ସହରରେ ବିଭିନ୍ନ ସ୍ଥାନରେ ଥିବା ବରପୁତ୍ର, ସ୍ୱାଧିନତା ସଂଗ୍ରାମୀ ଓ ସହୀଦଙ୍କ ପ୍ରତିମୁର୍ତିରେ ସକାଳ ୮ଟାରେ ମାଲ୍ୟର୍ପଣ କରାଯାଇଥିଲା। ଏଠାରେ ମୁଖ୍ୟଅତିଥି ଭାବେ ଜୟପୁର ଉପ ଜିଲାପାଳ ଯଦୁମଣି ନାୟକ, ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ବିଡିଓ ଶକ୍ତି ମହାପାତ୍ର, ତହସିଲଦାର ସବ୍ୟସାଚୀ ଜେନା ଉପଖଣ୍ଡ ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଯଶୋଦା ଗାଦବା ସହ ବିଭିନ୍ନ ଅନୁଷ୍ଠାନର ସଦସ୍ୟମାନେ ଉପସ୍ଥିତ ଥିଲେ। ଉତ୍କଳ ସମ୍ମିଳନି କୋରାପୁଟ ଜିଲା ଶାଖା ତରଫରୁ ଜୟପୁର ରଜାନହର ସ୍ଥ୍ିତ ମଧୁ ସୁଦନ ଦାସଙ୍କ ପ୍ରତିମୁର୍ତି ନିକଟରେ ପୁଷ୍ପମାଲ୍ୟ ଅର୍ପଣ କରି ଉତ୍କଳ ଦିବସ ପାଳନ କରାଯାଇଥିଲା। ଜିଲା ଓକିଲ ସଂଘ ତରଫରୁ ଓଡିଶା ଦିବସ ପାଳିତ ହୋଇଛି। ଜିଲା କୋର୍ଟ ପରିସରରେ ଥିବା ମଧୁସୂଦନ ଦାଶଙ୍କ ପ୍ରତିମୁର୍ତି ନିକଟରେ ପୁଷ୍ପମାଲ୍ୟ ଅର୍ପଣ କରି ଓଡ଼ିଶା ଦିବସ ପାଳନ କରିଥିଲେ। ଉପସ୍ଥିତ ଅତିଥିମାନେ ରାଜ୍ୟରେ ଆନୁଷ୍ଠାନିକ ଭାବେ ଉତ୍କଳ ଦିବସ ପାଳିତ ହେଉଥିବା ସମ୍ବନ୍ଧରେ ମତବ୍ୟକ୍ତ କରିବା ସହ ଯେଉଁମାନେ ଆମକୁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଦେଇଛନ୍ତି ସେମାନଙ୍କ ଗୁଣଗାନ କରିବା ସହ ମର୍ଯ୍ୟାଦା ରକ୍ଷା କରିବା ଉଚିତ ବୋଲି କହିଥିଲେ। ଉପଖଣ୍ଡ ପ୍ରଶାସନ ତରଫରୁ ଟାଉନ ହଲ୍ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାସହ ଉତ୍କଳ ସମ୍ମିଳନୀ କୋରାପୁଟ ଜିଲ୍ଲା ଶାଖା ତରଫରୁ ରାଜା ନହର ଠାରେ ସଭା ଅନୁଷ୍ଠିତ ହୋଇଥିଲା। ସେହିପରି ରାଜଧାନୀ ଠାରୁ ଆରମ୍ଭ କରି ପୁରପଲୀ ଉତ୍କଳ ଦିବସ ପାଳନ କରୁଛି। ୧୯୩୬ ମସିହା ଏପ୍ରିଲ ୧ ତାରିଖ। ଏହି ଅବସରରେ ବୈପାରୀଗୁଡ଼ାର ବିଭିନ୍ନ ସ୍ଥାନରେ ମଧ୍ୟ ପାଳିତ ହୋଇଯାଇଛି। ବୈପାରୀଗୁଡ଼ା ବ୍ଲକ କାର୍ଯ୍ୟାଳୟ ପରିସରରେ ବିଡ଼ିଓ ସୁବ୍ରତ ସାହୁଙ୍କ ନେତୃତ୍ୱରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ସେହିପରି ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟରେ କୃଷ୍ଣଚନ୍ଦ୍ର ଗଜପତି ମହାରାଜଙ୍କ ପ୍ରତିମୂର୍ତି ଠାରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି। ଏହି ଅବସରରେ ଓକିଲ ସଙ୍ଘ ତରଫରୁ ସ୍ଥାନୀୟ ଡାକବଙ୍ଗଳା ପରିସରରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ସେହିପରି ଜୟପୁର ସିଟି ହାଇସ୍କୁଲରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଏହି ସଭାରେ ଅତିଥିମାନେ ଥିଲେ ତେଲୁଗୁ ସଂସ୍କୃତି ସମିତିର ଅଧ୍ୟକ୍ଷ ବୀରେଶ ପଟ୍ଟନାୟକ ସିଟି ହାଇସ୍କୁଲର ଅଧ୍ୟକ୍ଷ ଶଶିଭୂଷଣ ରାଓ ପଟ୍ଟନାୟକ, ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ବି ସୁଜାତା ଏବଂ ସିଟି ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷ ସୁଧାକର ପଟ୍ଟନାୟକ। ଉପସ୍ଥିତ ଅନ୍ୟ ସଦସ୍ୟମାନେ ଥିଲେ ଏ. ଶ୍ରୀନିବାସ ରାଓ, ପି. ଶ୍ରୀନିବାସ ରାଜୁ, ଭି. ଭାସ୍କର ରାଓ, କେ. ରାମକୃଷ୍ଣ, ବି. ସତୀଶ ଶ୍ରୀକାନ୍ତ ବର୍ମା, କେ.ଭି ରମଣା। କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଶିକ୍ଷକ ଏସ୍. ପ୍ରତାପ କୁମାର ପଟ୍ଟନାୟକ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ଭାସ୍କର ପୁରସ୍କାର ସୂର୍ଯ୍ୟପ୍ରକାଶ ପୁରସ୍କାର, ମହେଶ ସ୍ମାରକୀ ପୁରସ୍କାର ଭାସଭା ଲଚାପୌଡ଼ୁ ସ୍ମାରକୀ ପୁରସ୍କାର ପ୍ରଦାନ କରାଯାଇଥିଲା। ଛାତ୍ରମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ପାଇଥିବା ଛାତ୍ରଛାତ୍ରୀମାନଙ୍କୁ ଦକ୍ଷତା ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande