
ଜୟପୁର , 01 ଏପ୍ରିଲ୍ (ହି.ସ.)କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ଠାରେ ଆଜି କୋରାପୁଟ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ରେ ୯୦ ତମ ଓଡିଶା ଦିବସ ପାଳିତ ହୋଇଯାଇଛି ।ଏଥିରେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ସଭାପତିତ୍ୱ କରିଥିବାବେଳେ ।କୋରାପୁଟ ବିଧାୟକ ରଘୁରାମ ମାଛ ,ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା ,ପୂର୍ବତନ ସାଂସଦ ଜୟରାମ ପାଙ୍ଗି, ପୌରପରିଷଡ଼ ଅଧ୍ୟକ୍ଷ ସୁନାବେଡା ରାଜେନ୍ଦ୍ର ପାତ୍ର ,ପୂର୍ବତନ ବିଧାୟକ ପ୍ରଫୁଲ ପାଙ୍ଗି, ଜିଲ୍ଲା ପରିଷଦ ସଭ୍ୟା ଟିକାଇ ଗେମେଲ ,ବ୍ଲକ ଅଧ୍ୟକ୍ଷା କଳ୍ପନା ପାଙ୍ଗି, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ବେଣୁଧର ଶବର ,ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟତଃ କୋଟିଆବାସୀ ଏକାଠି ହୋଇ ନିଜ କୁଇ ଭାଷାରେ ବିଭିନ୍ନ ନାଚ ଗୀତ ପରିବେଷଣ କରିଥିଲେ । ଏଥି ସହ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଫୋଟ ଚିତ୍ର ପ୍ରଦର୍ଶନୀ ଆୟୋଜନ କରି ଓଡିଶା ପ୍ରଦେଶ ଗଠନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ସଂଗ୍ରାମୀ ମାନଙ୍କ ଫୋଟ ଚିତ୍ର ଏବଂ ସେମାନଙ୍କ ଜୀବନୀ ସମ୍ପର୍କରେ ପ୍ରଦର୍ଶନୀ ମାଧ୍ୟମରେ ସଚେତନତା କରାଇଥିଲେ । ଏହାସହ ମିଶନ ଶକ୍ତି ଓ ସମନ୍ୱୟ ଶିଶୁ ବିକାଶ ବିଭାଗ ପକ୍ଷରୁ ମଧ୍ୟ ବିଭିନ୍ନ ସଚେତନତା ଷ୍ଟଲ ନିର୍ମାଣ କରାଯାଇଥିଲା । ନାଚ ଗୀତରେ ଦୁଲୁକିଥିଲା କୋଟିଆ ମଞ୍ଚ । ଏହି ଅବସରରେ ଜିଲ୍ଲା ପାଳ ସମସ୍ତ ଅତିଥିଙ୍କୁ ମଞ୍ଚରେ ଓଡିଶା ପ୍ରଦେଶ ର ଫୋଟ ଚିତ୍ର ଦେଇ ସମ୍ମାନିତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପଟ୍ଟାଙ୍ଗି ବିଡ଼ିଓ ରାମାକୃଷ ନାୟକ ,ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ ,ସିଡିପିଓ ଭି ଅର୍ଣ୍ଣପୁରନା ଙ୍କ ସମେତ ବ୍ଲକ ର ବିଭିନ୍ନ ଅଧିକାରୀ ,ଅଙ୍ଗନବାଡ଼ି କର୍ମୀ, ଓଡିଶା ଜୀବିକା ମିଶନ ର ସି ଆର ପି ,ଏମବିକେ ମାନେ ଉପସ୍ଥିତ ରହିବା ସହ ହଜାର ରୁ ଉର୍ଦ୍ଧ୍ବ ଅଞ୍ଚଳବାସୀ ଉପସ୍ଥିତ ରହିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି