
କେନ୍ଦ୍ରାପଡ଼ା, ୦୧ ଏପ୍ରିଲ୍(ହି.ସ.) – କେନ୍ଦ୍ରାପଡାଜିଲ୍ଲା ଉତ୍କଳ ସମ୍ମିଳନୀ ଜିଲ୍ଲା ଶାଖା ପକ୍ଷରୁ କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ସହଯୋଗରେଉତ୍କଳ ଦିବସ ପାଳନ ହୋଇଯାଇଛି ।ମହାବିଦ୍ୟାଳୟ ସ୍ଥିତ ଗାନ୍ଧୀ ଭବନ ପରିସରରେ ଆୟୋଜିତ ଶାସ୍ତ୍ରୀୟ ଭାଷାର ଭବିଷ୍ୟତ ଶୀର୍ଷକ ଆଲୋଚନାଚକ୍ରରେ ଯୋଗ ଦେଇ ବିଶିଷ୍ଟ ଭାଷାବିତମାନେ ମତବ୍ୟକ୍ତ କରିଛନ୍ତି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ଶାନ୍ତନୁ କୁମାର ଜେନାଙ୍କ ଦ୍ୱାରା ଉଦଘାଟିତ ଏହି ଉତ୍ସବରେ ଭାଷା ପ୍ରତିଷ୍ଠାନର ପ୍ରାକ୍ତନ ନିର୍ଦ୍ଦେଶକ ପ୍ରାଧ୍ୟାପକ ଡଃ ହରିହର କାନୁନଗୋ ମୁଖ୍ୟ ଅତିଥି ଓ ଡଃ ଶରତ ଚନ୍ଦ୍ର ରଥ ଏବଂ ଡଃ ବାସନ୍ତୀ ମହାନ୍ତି ସମ୍ମାନନୀୟ ଅତିଥି ରୂପେ ଯୋଗଦେଇ ସଭାକୁ ସମ୍ବୋଧିତ କରିଥିଲେ। ସଂଗଠନର ଜିଲ୍ଲା ସଭାପତି ପ୍ରାଧ୍ୟାପକ ନନ୍ଦକିଶୋର ପରିଡାଙ୍କ ସଭାପତିତ୍ୱ ଓ ମହାବିଦ୍ୟାଳୟର ବିଭାଗୀୟ ଅଧ୍ୟାପିକା ଶୋଭାବତୀ ସେନାପତିଙ୍କ ସଂଯୋଜନାରେ ପରିଚାଳିତ ଉକ୍ତ ସଭାରେ ସମ୍ପାଦକ ଡଃ ବାସୁଦେବ ଦାସ ସ୍ୱାଗତ ସମ୍ଭାଷଣ, ଆଦିକନ୍ଦ ରାଉଳ ପ୍ରସ୍ତାବ ଆଗତ, ପ୍ରମୋଦ କୁମାର ଦାଶ ପୁସ୍ତକ ସମୀକ୍ଷା, ଅଧ୍ୟାପିକା କନକପ୍ରଭା ଅତିଥିମାନଙ୍କୁ ଆମନ୍ତ୍ରଣ ଓ ପବିତ୍ର ସାହୁ, ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ଅବସରରେ କବି ପ୍ରଶାନ୍ତ ପଣ୍ଡାଙ୍କ କବିତା ପୁସ୍ତକ ଆଦ୍ୟବର୍ଣ୍ଣା ଗୀତିକା ଓ ଡଃ ବାସୁଦେବ ଦାସଙ୍କ ଅର୍ଦ୍ଧବାର୍ଷିକ ପତ୍ରିକା ସଂବର୍ତକୀ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା। ଏହି କାର୍ୟ୍ୟକ୍ରମରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଅଧ୍ୟାପକ ଅଜୟ ସାମଲ, ଡଃ ଶ୍ରୀଧର ସାମଲ, ଅଧ୍ୟାପକ ତପନ ପତି, ରାଜନେତା ଭୁବନ ମୋହନ ଜେନା, ଡଃ ଚୈତନ୍ୟ ଚରଣ ପରିଡା, ସରୋଜ କୁମାର ମହାନ୍ତି, ରାମକୃଷ୍ଣ ଦାଶ, ଗୟାଧର ଧଳ, କବି ଆରାଧନା ଦାଶ, ନିରୁପମା ଦାସ, ବିଷ୍ଣୁପ୍ରିୟା ସାମଲ, ମୁକ୍ତାର ଖାଁ, ଅମର ପ୍ରସାଦ ରାଉତ, ସୁରେନ୍ଦ୍ର ବେହେରା, କୃଷ୍ଣ ଚନ୍ଦ୍ର ମହାପାତ୍ର ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଅଂଶ ଗ୍ରହଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି