



ସମ୍ବଲପୁର,୦୧, ଏପ୍ରିଲ୍ (ହି.ସ.) - ସମ୍ବଲପୁର ଜିଲ୍ଲା ପ୍ରଶାସନ ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ମହାଆଡମ୍ବର ସହକାରେ ପାଳିତ ହୋଇଛି । ଏହି ପରିପ୍ରେକ୍ଷୀରେ ପ୍ରତ୍ୟୁଷ ୫.୩୦ ଘଟିକା ସମୟରେ ସହରର ମୁଖ୍ୟରାସ୍ତାରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ରାମଧୂନ ପ୍ରଚାର କରାଯାଇଥିଲା। ଏହା ପରେ ମୁଖ୍ୟଅତିଥିଙ୍କ ସହ ପ୍ରଶାସନିକ ଅଧିକାରୀ ମାନେ ସହର ର ବିଭିନ୍ନ ସ୍ଥାନରେ ଅବସ୍ଥାପିତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହା ପରେ ଓଡ଼ିଶା ଦିବସ ପାଳନ ଅବସରରେ ତପସ୍ଵିନୀ କକ୍ଷ ଠାରେ ଜିଲ୍ଲାର ସମସ୍ତ ବରିଷ୍ଠ ଅଧିକାରୀ, ଶିକ୍ଷାବିତ୍, ବୁଦ୍ଧିଜୀବୀ, ଗଣମାଧ୍ୟମର ପ୍ରତିନିଧିଙ୍କୁ ସାମିଲ କରି ଓଡ଼ିଶା ଦିବସ ପାଳନର ତାତ୍ପର୍ଯ୍ୟ ଏବଂ ବରପୁତ୍ରମାନଙ୍କର ଅବଦାନ ସ୍ମରଣ କରିବା ଉଦେଶ୍ୟରେ ଏକ ସାଧାରଣ ସଭା ତପସ୍ଵିନୀ କକ୍ଷ ଠାରେ ଆୟୋଜନ କରାଯାଇଥିଲା । ଏହି ସାଧାରଣ ସଭାରେ ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବରେଣ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସୁଧାଂଶୁ କୁମାର ଭୋଇ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଅଶୋକ କୁମାର ଭୋଇ, ମହାନଗର ନିଗମ ଅଧ୍ୟକ୍ଷ ରେହାନ ଖତ୍ରୀ, ପ୍ରସନ୍ନ କୁମାର ପାତ୍ର ମୁଖ୍ୟ ଜିଲ୍ଲା ଉନ୍ନୟନ ଅଧିକାରୀ, କଲ୍ଯାଣୀ ଦାଶ ଉପନିର୍ଦ୍ଦେଶକା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀ ବୋନ୍ଦର ନିଜ ବକ୍ତବ୍ୟରେ କହିଥିଲେ ଓଡିଶା ଗଠନରେ ଭୂମିକା ଗ୍ରହଣ କରିଥିବା ବରପୁତ୍ର ମାନଙ୍କ ନିକଟରେ ନିଜକୁ ଚିରନମନୀୟ ବୋଲି କହିଥିଲେ। ଭାଷା ଭିତ୍ତିକ ରାଜ୍ୟ ରେ ଓଡିଶା ପ୍ରଥମ ଗଠନ ହୋଇ ଭାରତ ରେ ଅନ୍ୟ ରାଜ୍ୟଗଠନ ହେବାରେ ମାର୍ଗ ଦର୍ଶାଇଥିଲା। ଆଗମୀ ୧୦ ବର୍ଷ ରେ ଆମ ରାଜ୍ୟ ଗଠନ କୁ ୧୦୦ ବର୍ଷ ପୂର୍ତ୍ତି ହେବ ତେବେ ସୁଦ୍ଧା ଓଡିଶା କୁ ବିକଶିତ ରାଜ୍ୟ ଭାବେ ନିର୍ମିତ କରିବାକୁ ଲକ୍ଷ ରଖାଯାଇଛି। ସେବେ ଯାଏ ଶିକ୍ଷା, ଭିତିଭୂମି, ଅର୍ଥନୀତି, ସ୍ୱାସ୍ଥ୍ୟକ୍ଷେତ୍ର ଆଦି ପ୍ରତ୍ଯେକ କ୍ଷେତ୍ରରେ ଆମ ସମ୍ବଲପୁର କୁ ସମୃଦ୍ଧ କରିବାକୁ ଚେଷ୍ଟା କରିବାକୁ କହିଥିଲେ।ତେବେ ଯାଇ ଓଡ଼ିଶା ବିକଶିତ ହୋଇପାରିବ। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ପାଇଁ ଗୋଟେ ଭିଜନ ଡକ୍ୟୁମେଣ୍ଟ କରିଛନ୍ତି ସେଥିରେ ଆମେ କେଉଁ ପ୍ରକାର ଓଡ଼ିଶାର ଆଶା ରଖିଛୁ ସେଥିରେ ଓଡ଼ିଶାର ଶିକ୍ଷା, ସ୍ୱାସ୍ଥ୍ୟ ଆଦି ର ବେବସ୍ଥା କିପରି ରହିବ ସେ ନିମନ୍ତେ ମାର୍ଗ ଦର୍ଶିକା ବର୍ଣ୍ଣନା ହୋଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ।ସେଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।ସମ୍ବଲପୁର ହେଉଛି ଶିକ୍ଷା ର ହବ୍ ଯେଉଁଠି ଆଇଆଇଏମ୍ ଠାରୁ ଆରମ୍ଭ କରି ଭିମସାର୍ ପର୍ଯ୍ୟନ୍ତ ଅଛି କେବଳ ସେତିକି ନୁହେଁ ଆଗାମୀ ଦିନରେ ୱର୍ଲ୍ଡ କ୍ଲାସ ସ୍କିଲ ସେଣ୍ଟର୍ ମଧ୍ୟ ନିର୍ମାଣ କରାଯିବ।ବିକଶିତ ସମ୍ବଲପୁର ପାଇଁ ଆମକୁ ସବୁ କାମକୁ ଠିକ୍ ମାର୍ଗରେ ଉଚିତ୍ ଦିଗ୍ଦର୍ଶନ ଦେଇ କାର୍ଯ୍ୟକାରୀ କରିବାକୁ ପଡିବ।କେବଳ ଶିକ୍ଷା କ୍ଷେତ୍ର ରେ ନୁହେଁ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ସମ୍ବଲପୁର ରେ ବହୁ ସମ୍ଭାବନା ଅଛି, ଯାହା ପାଇଁ ହୀରାକୁଦ ରିଭର୍ ଫ୍ରଣ୍ଟ ପ୍ରକଳ୍ପ କରାଯାଉଛି। ସାହିତ୍ୟ ସଂସ୍କୃତି ଭାଷା ପାଇଁ ସମ୍ବଲପୁର ପରିଚିତ ଅଛି ସେଥିପାଇଁ ସମ୍ବଲପୁର ରେ କଳା ସାହିତ୍ୟ ର ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି କହିଥିଲେ।ଶେଷରେ ସମ୍ବଲପୁର କୁ ସମୃଦ୍ଧ କରିବା ପାଇଁ ଆମର ନିଜ କିଛି ନ କିଛି ଦାୟିତ୍ଵ ରହିଛି ଯାହାକୁ ଆମ ମାନଙ୍କୁ ସୁଚାରୁ ରୂପରେ ନିର୍ବାହ କରିବାକୁ ପଡିବ ବୋଲି ଜିଲ୍ଲାପାଳ କହିଥିଲେ।ଆଗାମୀ ପାଞ୍ଚ ବର୍ଷ ଭିତରେ ଅଙ୍ଗନବାଡି ଠାରୁ ଆରମ୍ଭ କରି ପ୍ରତ୍ୟେକ ବିଭାଗ ପାଇଁ ଅଗ୍ରଗତି କରିବାର ଅଛି। ଆଗାମୀ ପାଞ୍ଚ ବର୍ଷରେ ସମ୍ବଲପୁର କୁ ସମୃଦ୍ଧିରେ ର ପଥରେ ଆଗେଇ ନେବାର ଅଛି ବୋଲି କହି ସମସ୍ତଙ୍କୁ ଏକଜୁଟ ହୋଇ କାମ କରିବାକୁ ଆହ୍ୱାନ ଦେଇଥିଲେ।ଭାଷା ହିଁ ହେଉଛି ଏକ ମାଧ୍ୟମ ଯାହାଦ୍ବାରା ଆମ ସମସ୍ତଙ୍କ ଯୋଡ଼ି ହେଉଥାଉ ବୋଲି ସେ କହିଥିଲେ। ଏହି ଅବସରରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା କରାଯାଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରିବା ସହିତ ସାଙ୍କୃତିକ କାର୍ଯ୍ୟକ୍ରମ ର ମଧ୍ୟ ପ୍ରତିଯୋଗିତା କରଯାଇ ପରିବେଷଣ କରିଥିବା ଦଳ ଙ୍କୁ ପୁରସ୍କୃତ କରଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରଥିବା ଦଳଗୁଡିକ ମଧ୍ୟରେ ବାଳାଶ୍ରମ କନିଷ୍ଠ ବର୍ଗ ପ୍ରଥମ ସ୍ଥାନ, ଶ୍ରୀ ଗଣେଶ ବିଦ୍ୟାଳୟ ଦ୍ଵିତୀୟ ସ୍ଥାନ ଓ ବାଳାଶ୍ରମ ବରିଷ୍ଠ ବର୍ଗ ତୃତୀୟ ସ୍ଥାନ ଅଧିକାର କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ