
କେନ୍ଦ୍ରାପଡା, , 01 ଏପ୍ରିଲ୍ (ହି.ସ.) କେନ୍ଦ୍ରାପଡାପୈାରାଂଚଳଅନ୍ତର୍ଗତ ବୁଢ଼ୀ ବିଳାଶୁଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସେବା ନିବୃତ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ପ୍ରସାଦ ରାଉତଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି ।ବରିଷ୍ଠ ଶିକ୍ଷକ ନେତା ଅବନୀ କୁମାର ମହାନ୍ତିଙ୍କ ସଭାପତିତ୍ବ ରେ ଅନୁଷ୍ଠିତଏହିସଭାରେନିହାର ରଞ୍ଜନ ମଲ୍ଲିକ,ପ୍ରାକ୍ତନ ଉପ ନିର୍ଦେଶକ ଜଳସେଚନ ବିଭାଗ ଓଡିଶା ସରକାର,ଅଜୟ କୁମାର ପରିଡା, ପ୍ରାକ୍ତନ ମଣ୍ଡଳ ଶିକ୍ଷା ଅଧିକାରୀ, ମହାକାଳପଡ଼ା ଭ୍ରମରବର ରାଉତ, ଶିକ୍ଷକ ନେତା , ନିଖିଳ ଓଡିଶା ଫେଡେରେସନ, କେନ୍ଦ୍ରାପଡ଼ା, ଓଡିଶା, କାଶୀନାଥ ରାଉତରାୟ, ପ୍ରାକ୍ତନ ସହଶିକ୍ଷା ଅଧିକାରୀ ତଥା ସଭାପତି ଭାଗିରଥି ନନ୍ଦ, ପ୍ରାକ୍ତନ ସହଶିକ୍ଷା ଅଧିକାରୀ, ବଳଦେବ ପ୍ରସାଦ ଜେନା, ସହ ଶିକ୍ଷା କାର୍ୟ୍ୟକଲାପର ଭୁୟସୀ ପ୍ରଶଂସା, ଉପଢୌକନ ପ୍ରଦାନ କରିବା ସହ ପରବର୍ତ୍ତୀ ଜୀବନ ସୁସ୍ଥ ଓ ନିରାମୟ କାମନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି