ଆକସ୍ମିକ ଭାବେ ବିଧାନସଭାକୁ ବନ୍ଦ କରିବା ନେଇ ବିଜେଡିର ସରକାରଙ୍କୁ  ସମାଲୋଚନା , ଏ ଡବଲ ଇଞ୍ଜିନ ନୁହେଁ ଦୋମୁହାଁ ସରକାର
ଭୁବନେଶ୍ୱର, 01 ଏପ୍ରିଲ୍ (ହି.ସ.)- ଆକସ୍ମିକ ଭାବେ ବିଧାନସଭାକୁ ବନ୍ଦ କରିବା ନେଇ ବିଜେଡି ସରକାରଙ୍କୁ ସମାଲୋଚନା କରିଛି । ଏ ଡବଲ ଇଞ୍ଜିନ ନୁହେଁ ଦୋମୁହାଁ ସରକାର ବୋଲି ବିଜେଡି ନେତା କହିଛନ୍ତି । ବିଜେପି ଆନୁଷ୍ଠାନିକ ଭାବେ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ ପ୍ର
ଆକସ୍ମିକ ଭାବେ ବିଧାନସଭାକୁ     ବନ୍ଦ କରିବା ନେଇ ବିଜେଡିର ସରକାରଙ୍କୁ      ସମାଲୋଚନା , ଏ ଡବଲ       ଇଞ୍ଜିନ ନୁହେଁ ଦୋମୁହାଁ ସରକାର


ଭୁବନେଶ୍ୱର, 01 ଏପ୍ରିଲ୍ (ହି.ସ.)- ଆକସ୍ମିକ ଭାବେ

ବିଧାନସଭାକୁ ବନ୍ଦ କରିବା ନେଇ ବିଜେଡି ସରକାରଙ୍କୁ

ସମାଲୋଚନା କରିଛି । ଏ ଡବଲ ଇଞ୍ଜିନ ନୁହେଁ ଦୋମୁହାଁ ସରକାର ବୋଲି ବିଜେଡି ନେତା

କହିଛନ୍ତି । ବିଜେପି ଆନୁଷ୍ଠାନିକ ଭାବେ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ ପ୍ରତିବାଦ କରୁନାହିଁ

। ଏସିବି ଓ ବିଜୁ ବାବୁଙ୍କ ପ୍ରସଙ୍ଗରେ ଆଲୋଚନା କରିବାକୁ ଚାହୁଁନାହାନ୍ତି ସରକାର । ବିଜୁ

ବାବୁଙ୍କ ପ୍ରତି ଅପମାନ ସୂଚକ ମନ୍ତବ୍ୟକୁ ନେଇ ଶୂନ୍ୟକାଳରେ ବ୍ୟାପକ ଆଲୋଚନା ହେଇଛି । ବାଚସ୍ପତି

ନିନ୍ଦା ପ୍ରସ୍ତାବକୁ ଗ୍ରହଣ କରି ବିଜନେସ କମିଟିକୁ ପଠେଇଦେଲେ । କିନ୍ତୁ ହଠାତ ମଧ୍ୟ ରାତ୍ରିରେ

ଆକସ୍ମିକ ଭାବେ ବିଧାନସଭାକୁ ବନ୍ଦ କରିଦେଲେ ସରକାର । ବିରୋଧୀ ନୁହେଁ ସରକାର ଏଠି ବିଧାନସଭା

ଚଳେଇବାକୁ ଚାହୁଁନାହାନ୍ତି । ବିରୋଧୀ ସକ୍ରିୟ ଭାବେ ବିଧାନସଭାରେ ଅଲୋଚନା କରିବାକୁ ଚାହୁଁଥିବା

ବେଳେ ସରକାର ଚାଲାକି କରି ବନ୍ଦ କରିଦେଲେ ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande