
ଭୁବନେଶ୍ୱର, 01 ଏପ୍ରିଲ୍ (ହି.ସ.)- ଆଜିର ଦିନରେ
ଓଡ଼ିଶାର ଗୌରବମୟ ଇତିହାସକୁ ସ୍ମରଣ କରୁଛି ପୁରା ଓଡିଶା। ପବିତ୍ର ଉତ୍କଳ ଦିବସ ଅବସରରେ
ବୀରପୁତ୍ର ମାନଙ୍କ ଅବଦାନଙ୍କୁ ମନେ ପକାଇ ଉତ୍କଳ ଦିବସ ପାଳନ କରାଯାଉଛି। ଏହି ଅବସରରେ
ରାଜ୍ୟସଭା ସାଂସଦ ତଥା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ରାଜଭବନ ଛକରେ ଥିବା ଉତ୍କଳ ଗୌରବ
ମଧୁସୂଦନ ଦାସ ଓ ଗୋପବନ୍ଧୁ ଛକରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି
ମାଲ୍ୟାର୍ପଣ କରିଛନ୍ତି। ଏହି ଅବସରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଭାରତବର୍ଷର ପ୍ରଥମ
ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶାର ବୀରପୁତ୍ର ମାନଙ୍କ ଅବଦାନ ମନେ ପକାଇଥିଲେ। 2036 ମସିହାର ସମୃଦ୍ଧ ଓଡିଶା ସ୍ବପ୍ନ ସାକାର ହେବ।
ବିକଶିତ ଭାରତ ହେବାରେ ଓଡିଶାର ଅବଦାନ ରହିବ। ମାନବ ସମ୍ପଦ ଠାରୁ ଆରମ୍ଭ କରି ଜଙ୍ଗଲ ସମ୍ପଦ,
ଜଳ ସମ୍ପଦ ଖଣିଜ ସମ୍ପଦକୁ
ବିକାଶ କରି ଓଡ଼ିଶା ଭାରତ ବର୍ଷକୁ ସହଯୋଗ କରିବ ସକଳ୍ପ ନେଇଥିବା ସେ କହିଛନ୍ତି।
ଓଡ଼ିଆ ଭାଷାରେ ସରକାରୀ
କାର୍ଯ୍ୟ କରାଯାଉନଥିବା ନେଇ ବିରୋଧୀ ଦଳ ପ୍ରଶ୍ନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ
ସଭାପତି ମନ ମୋହନ ସାମଲ। ସେ କହିଛନ୍ତି ଆଜିର ଦିନ ବିତର୍କର ଦିନ ନୁହେଁ ସକଳ୍ପର ଦିନ। ସେମାନେ
ଯାହା 78 ବର୍ଷ ଭିତରେ କରିଛନ୍ତି କରିଛନ୍ତି। ଆମେ ଯାହା
କରିବୁ, ଆମେ ସକଳ୍ପ କରିଛୁ। ସେମାନେ ସେମାନଙ୍କ ମତାମତ ଦିଅନ୍ତୁ,
ଯାହା ଯାହା କରାଯାଇ ପାରିବ ଆମେ କରିବୁ। ଓଡିଶୀ ସଂଗୀତକୁ ଶାସ୍ତ୍ରୀୟ ସଂଗୀତ
କରିବା ପାଇଁ କେନ୍ଦ୍ର ସରକାର 12 ବର୍ଷ ଭିତରେ ଯାହା ପଦକ୍ଷେପ
ନେଉଛନ୍ତି ତାହା ସମସ୍ତଙ୍କୁ ଜଣା ଅଛି । ଆଗାମୀ ଦିନରେ ଯାହା ଯାହା ପଦକ୍ଷେପ ନେବାକୁ ପଡିବ
ନିଆଯିବ ବୋଲି ସେ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା