
ଧର୍ମଶାଳା,୧ଏପ୍ରିଲ(ହି.ସ.) - କୁମ୍ଭୀର ମୂହଁରୁ ଅଳ୍ପକେ ବର୍ତିଲେ ବୃଦ୍ଧ । ଏଭଳି ଘଟଣା ଘଟିଛି ଯାଜପୁର ଜିଲା ଟିକରପଡା ପଂଚାୟତ କୁଜିବର ନିକଟରେ । ଆଜି ଜଣେ ବୃଦ୍ଧ ସ୍ଥାନୀୟ ଯୋକଡିଆସ୍ଥ ଖରସ୍ରୋତା ପାଟିଆ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ସେଠାରେ ଏକ କୁମ୍ଭୀର ତାଙ୍କ ପଛ ପଟକୁ ଆକ୍ରମଣ କରିଥିଲା । ଫଳରେ ସେ ଆଗକୁ ଚାଲି ଯାଇଥିଲେ । ଯାହାକି କୁମ୍ଭୀର ପଞ୍ଜାରେ ପିଠି ଓ ଛାତିରେ ଗଭୀର ଆଘାତ ଲାଗି ଥିଲା । ଆହତ ଜଣକ ହେଲେ କେଉଁଝର ଜିଲା ହରିଚନ୍ଦନପୁର ଅଂଚଳର ଗୁରୁଚରଣ ଦେଉରୀ(୬୦)ଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିବା ଜଣାପଡିଛି । ସେ ଚିନାବାଦାମ ଉପାଡି ସାରି ସ୍ଥାନୀୟ ନଦୀକୁ ଗାଧୋଇବାକୁ ଯାଇଥିଲେ । ତେବେ ତାଙ୍କ ପଛପଟକୁ କୁମ୍ଭୀର ଆକ୍ରମଣ କରିଥିଲା ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ