
ଭୁବନେଶ୍ୱର, 01 ଏପ୍ରିଲ୍ (ହି.ସ.)- ଆଜିଠାରୁ ଆରମ୍ଭ
ହୋଇଛି ଡିଜିଟାଲ ଜନଗଣନା। ଦୀର୍ଘ ୧୫ ବର୍ଷ ପରେ ଆରମ୍ଭ ହୋଇଛି ଜନଗଣନା। ରାଜ୍ୟର ପ୍ରଥମ ନାଗରିକ
ଭାବେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ସ୍ଵ ଗଣନା। ଜନଗଣନା ପାଇଁ ସରକାର ତିଆରି କରିଛନ୍ତି ୩୩
ଟି ପ୍ରଶ୍ନ। ଘର, ପରିବାର, ପରିବାରର ମୁଖ୍ୟ, ଗାଡି, ଜମିବାଡ଼ି,
ଏଲପିଜି ପ୍ରମୁଖ ତଥ୍ୟ ସଂଗ୍ରହ କରାଯାଉଛି। ଜାତିଗତ ତଥ୍ୟକୁ ମଧ୍ୟ ଜନଗଣନାରେ
ସାମିଲ କରାଯାଇଛି। ପ୍ରଥମ ଥର ପାଇଁ ଡିଜିଟାଲ ମାଧ୍ୟମରେ ନିଜେ ନିଜେ ଜନଗଣନା କରିପାରିବେ
ସାଧାରଣ ଜନତା। ଏପ୍ରିଲ ୧ ରୁ ୧୫ ତାରିଖ ପର୍ଯନ୍ତ ଲୋକମାନେ ନିଜ ନିଜର ତଥ୍ୟ ଜନଗଣନା
ୱେବ୍ସସାଇଟ ମାଧ୍ୟମରେ ଦେଇପାରିବେ। ୧୬ ତାରିଖରୁ ଡୋର ଟୁ ଡୋର ସର୍ଭେ ଆରମ୍ଭ ହେବ ବୋଲି
ଜନଗଣନା ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା