କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋସିପ୍ ପାଇବାକୁ ଯାଉଥିବା ପ୍ରତିଭା ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ
ଭୁବନେଶ୍ୱର, 01 ଏପ୍ରିଲ୍ (ହି.ସ.)- କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋସିପ୍ ପାଇବାକୁ ଯାଉଥିବା ପ୍ରତିଭା ରାୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ସୋସିଆଲ ହ୍ୟାଣ୍ଡେଲରେ ନବୀନ କହିଛନ୍ତି ଯେ, ମର୍ଯ୍ୟାଦାଜନକ କେନ୍ଦ୍ର ସାହିତ୍ୟ ଏକ
କେନ୍ଦ୍ର ସାହିତ୍ୟ ଏକାଡେମୀ     ଫେଲୋସିପ୍ ପାଇବାକୁ ଯାଉଥିବା ପ୍ରତିଭା ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ


ଭୁବନେଶ୍ୱର, 01 ଏପ୍ରିଲ୍ (ହି.ସ.)- କେନ୍ଦ୍ର

ସାହିତ୍ୟ ଏକାଡେମୀ ଫେଲୋସିପ୍ ପାଇବାକୁ ଯାଉଥିବା ପ୍ରତିଭା ରାୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ସୋସିଆଲ ହ୍ୟାଣ୍ଡେଲରେ ନବୀନ କହିଛନ୍ତି ଯେ, ମର୍ଯ୍ୟାଦାଜନକ

କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋସିପ୍ ପାଇବାକୁ ଯାଉଥିବା ଓଡ଼ିଶାର ସୁଖ୍ୟାତ ସାହିତ୍ୟିକା

ଶ୍ରୀମତୀ ପ୍ରତିଭା ରାୟଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି। ଏହା ପ୍ରତିଟି ଓଡ଼ିଆଙ୍କ ପାଇଁ

ଗର୍ବ ଓ ଗୌରବର ବିଷୟ। ନିଜ ଉତ୍କୃଷ୍ଟ ରଚନା ମାଧ୍ୟମରେ ସେ ସମଗ୍ର ସାରସ୍ୱତ ଜଗତରେ ଓଡ଼ିଶାର

ସୁନାମ ବଢ଼ାଇଛନ୍ତି। ଆଗାମୀ ଦିନରେ ତାଙ୍କ ଲେଖନୀ ଆହୁରି ସମୃଦ୍ଧ ହେଉ, ତାଙ୍କର ଆହୁରି ସଫଳତା କାମନା କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande