ଦେଓଦା ପଂଚାୟତର ବରିଷ୍ଠ ମୁରବୀଙ୍କ ପରଲୋକ : ସ୍ଥାନୀୟ ଅଂଚଳରେ ଶୋକ
ଧର୍ମଶାଳା,୧ଏପ୍ରିଲ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଦେଓଦା ପଂଚାୟତର ଜଣେ ଜଣାଶୁଣା ମୁରବୀ ନରେନ୍ଦ୍ର ସାହୁଙ୍କ ପରଲୋକ ହୋଇ ଯାଇଛି । ସେ ୪ ଦିନ ଧରି ଭୁବନେଶ୍ୱରସ୍ଥିତ ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ତେବେ ଆଜି ଅପରାହ୍ନରେ ତାଙ୍କର ପରଲୋକ ଘଟିଥିଲା । ପରଲୋକ ବେଳେ ତାଙ୍କୁ ୬୫
ଦେଓଦା ପଂଚାୟତର ବରିଷ୍ଠ ମୁରବୀଙ୍କ ପରଲୋକ : ସ୍ଥାନୀୟ ଅଂଚଳରେ ଶୋକ


ଧର୍ମଶାଳା,୧ଏପ୍ରିଲ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଦେଓଦା ପଂଚାୟତର ଜଣେ ଜଣାଶୁଣା ମୁରବୀ ନରେନ୍ଦ୍ର ସାହୁଙ୍କ ପରଲୋକ ହୋଇ ଯାଇଛି । ସେ ୪ ଦିନ ଧରି ଭୁବନେଶ୍ୱରସ୍ଥିତ ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ତେବେ ଆଜି ଅପରାହ୍ନରେ ତାଙ୍କର ପରଲୋକ ଘଟିଥିଲା । ପରଲୋକ ବେଳେ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା । ତାଙ୍କ ମର ଶରୀର କାଏମା ହାଇସ୍କୁଲ ପଡିଆ ନିକଟରେ ପଂହଚିବା ପରେ ସେଠାରୁ ପଂଚାୟତର ଶହଶହ ଜନସାଧାରଣ ବିଶାଳ ବାଇକ ଶୋଭାଯାତ୍ରାରେ ବାହାରି ଦେଓଦା ପଂଚାୟତ ପରିକ୍ରମା କରି ତାଙ୍କ ବାସଭବନ ବାସୁଦେବପୁର କୁମ୍ଭାରସାହିଠାରେ ପଂହଚି ଥିଲେ । ଖବର ପାଇ ସ୍ଥାନୀୟ ଅଂଚଳର ବହୁ ମୁରବୀ ଓ ନେତୃମଣ୍ଡଳୀ ପ୍ରମୁଖ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ । ସ୍ୱର୍ଗତ ସାହୁ ଦେଓଦା ପଂଚାୟତରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ବହୁ ଅନୁଷ୍ଠାନ ସହ ଜଡିତ ଥିଲେ । ବହୁ ଥର ନାଏବ ସରପଂଚ ଓ ୱାର୍ଡ ମେମ୍ବର ରହି ପଂଚାୟତର ବିକାଶ କାର୍ଯ୍ୟରେ ତାଙ୍କର ସହଯୋଗ ରହିଥିଲା । ତାହା ସହିତ ଜଗନ୍ନାଥ ପୂଜା କମିଟିର ସଭାପତି ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande