ସାଇ ଗ୍ଲୋବାଲ କିଡ଼ସ ସ୍କୁଲର ପ୍ରତିଷ୍ଠା ଦିବସ ଓ ଉତ୍କଳ ଦିବସ ପାଳିତ
ପୁରୀ , odisha, 01 ଏପ୍ରିଲ୍ (ହି.ସ.) - ସ୍ଥାନୀୟ ଭି. ଆଇ. ପି ରୋଡସ୍ଥିତ ସାଇ ଗ୍ଲୋବାଲ କିଡ଼ସ ବିଦ୍ୟାଳୟ ପରିସରରେ ଉତ୍କଳ ଦିବସ ପାଳିତ ହୋଇଯାଇଛି | ସାଇ ଗ୍ଲୋବାଲ ସ୍କୁଲ ର ୧୧ତମ ପ୍ରତିଷ୍ଠା ଦିବସ ମଧ୍ୟ ପାଳିତ ହୋଇଯାଇଛି l ପୁରୀ ଓକିଲ ସଙ୍ଘର ପୂର୍ବତନ ସଭାପତି ପୁଷ୍କର ମହାପାତ୍ର ମୁଖ୍ୟ ଅତିଥ
ସାଇ ଗ୍ଲୋବାଲ କିଡ଼ସ ସ୍କୁଲର ପ୍ରତିଷ୍ଠା ଦିବସ ଓ ଉତ୍କଳ ଦିବସ ପାଳିତ


ପୁରୀ , odisha, 01 ଏପ୍ରିଲ୍ (ହି.ସ.) - ସ୍ଥାନୀୟ ଭି. ଆଇ. ପି ରୋଡସ୍ଥିତ ସାଇ ଗ୍ଲୋବାଲ କିଡ଼ସ ବିଦ୍ୟାଳୟ ପରିସରରେ ଉତ୍କଳ ଦିବସ ପାଳିତ ହୋଇଯାଇଛି | ସାଇ ଗ୍ଲୋବାଲ ସ୍କୁଲ ର ୧୧ତମ ପ୍ରତିଷ୍ଠା ଦିବସ ମଧ୍ୟ ପାଳିତ ହୋଇଯାଇଛି l ପୁରୀ ଓକିଲ ସଙ୍ଘର ପୂର୍ବତନ ସଭାପତି ପୁଷ୍କର ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରି କହିଲେ. ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ମଧ୍ୟରେ ଉତ୍ତମ ସମ୍ମନ୍ୱୟ ରହିବା ଅତ୍ୟନ୍ତ ଜରୁରୀ l ପତଞ୍ଜଳି ଯୋଗ ସମିତି ର ପୁରୀ ଜିଲ୍ଲା ସଭାପତି ମହେଶ ପ୍ରସାଦ ରଥ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ମନରେ ମାତୃଭାଷାପ୍ରତି ଆଗ୍ରହ ସୃଷ୍ଟି କରିବାପାଇଁ ଗୁରୁତ୍ୱାରୋପ କରିଥିଲେ l ସମ୍ମାନିତ ଅତିଥିଭାବରେ ଫର୍ମାସୀ ମହାବିଦ୍ୟାଳୟର ଚେୟାରମ୍ୟାନ ଅନିମା ଦାଶ, ଚିନ୍ତନ ଚକ୍ରର ବରିଷ୍ଠ ସଭ୍ୟ ଡ଼ଃ ହୃଷିକେଶ ପାଣି ଏହି ଉତ୍ସବ ରେ ଯୋଗଦେଇଥିଲେ l ବିଦ୍ୟାଳୟର ଅଧ୍ୟାକ୍ଷା ସୁଶ୍ରୀ ପ୍ରିୟଦର୍ଶିନୀ ପାଣିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାଯ୍ୟକ୍ରମରେ ଶିକ୍ଷୟତ୍ରୀ ସ୍ନେହଲତା ଦାଶ ସ୍ୱାଗତ ଭାଷଣ ଦେଇଥିଲେ | ଶିକ୍ଷୟତ୍ରୀ ସୋନମ ଚଟାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ l ଶିକ୍ଷୟତ୍ରୀ ଉପାସନା ଓଝା, ମମତା ମାଝୀ, ସୁଭଦ୍ରା ପଟ୍ଟନାୟକ, ସୁଶ୍ରୀ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l ଶେଷରେ ଛାତ୍ରଛାତ୍ରୀମାନଙ୍କଦ୍ୱାରା ଦେଶାତ୍ମବୋଧକ ସଂଗୀତ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

---------------

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande