
ଅଯୋଧ୍ୟା, ୧୦ ଅପ୍ରେଲ (ହି.ସ.)- ଆଗାମୀ ସୋମବାର, ଅପ୍ରେଲ୧୩ ରୁ ଶ୍ରୀ ରାମ ଜନ୍ମଭୂମି ପରିସରରେ ପାର୍କୋଟା, ଶେଷାବତର ମନ୍ଦିର, ସପ୍ତ ମନ୍ଦିର, କୁବେର ଟିଲାର ସମସ୍ତ ମନ୍ଦିରରେ ଦର୍ଶନ ଆରମ୍ଭ ହେବ । ଆଜିଠାରୁ ଭକ୍ତମାନଙ୍କ ପାଇଁ ସାଧାରଣ ଦର୍ଶନ ପାସ୍ ଅନଲାଇନରେ ବୁକ୍ କରାଯାଇଛି ।
ସୁଗମ ଦର୍ଶନ, ବିଶିଷ୍ଟ ଦର୍ଶନ, ସାଧାରଣ ଦର୍ଶନ ପାସ୍ ଧାରୀ (ତଥା ଯଦି ସମ୍ଭବ ହୁଏ ହ୍ୱିଲ ଚେୟାର) ଶ୍ରଦ୍ଧାଳୁମାନେ ଏହି ସୁଯୋଗ ପାଇବେ ବୋଲି ଶୁକ୍ରବାର ଦିନ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମନ୍ଦିର ବ୍ୟବସ୍ଥାରେ ଜଡିତ ଗୋପାଳ ରାଓ କହିଛନ୍ତି । ବର୍ତମାନ, ପ୍ରାରମ୍ଭରେ ଦୁଇ ଘଂଟାର ସ୍ଲଟ୍ ପିଛା ସର୍ବାଧିକ ୧୫୦୦ ଶ୍ରଦ୍ଧାଳୁ ଏହି ଦର୍ଶନ କରିପାରିବେ । ଆଜିଠାରୁ ସାଧାରଣ ଦର୍ଶନ ପାସ୍ ଅନଲାଇନ ରେ ବୁକିଂ ଆରମ୍ଭ ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ