ଆହ୍ଲାବାଦ ହାଇକୋର୍ଟର ବିଚାରପତି ଯଶୱନ୍ତ ବର୍ମା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପଠାଇଲେ ଇସ୍ତଫା ପତ୍ର
ନୂଆଦିଲ୍ଲୀ, ୧୦ ଅପ୍ରେଲ (ହି.ସ.)- ଆହ୍ଲାବାଦ ହାଇକୋର୍ଟର ବିଚାରପତି ପଦରୁ ଜଷ୍ଟିସ୍ ବର୍ମା ଇସ୍ତଫା ଦେଇଛନ୍ତି । ଜଷ୍ଟିସ୍ ବର୍ମା ତାଙ୍କ ଇସ୍ତଫା ପତ୍ର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇଛନ୍ତି । ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ବିରୋଧରେ ମହାଭିଯୋଗ ପ୍ରକ୍ରିୟା ଆରମ୍ଭ ହୋଇଛି । ଲୋକସଭା
ଆହ୍ଲାବାଦ ହାଇକୋର୍ଟର ବିଚାରପତି ଯଶୱନ୍ତ ବର୍ମା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପଠାଇଲେ ଇସ୍ତଫା ପତ୍ର


ନୂଆଦିଲ୍ଲୀ, ୧୦ ଅପ୍ରେଲ (ହି.ସ.)- ଆହ୍ଲାବାଦ ହାଇକୋର୍ଟର ବିଚାରପତି ପଦରୁ ଜଷ୍ଟିସ୍ ବର୍ମା ଇସ୍ତଫା ଦେଇଛନ୍ତି । ଜଷ୍ଟିସ୍ ବର୍ମା ତାଙ୍କ ଇସ୍ତଫା ପତ୍ର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇଛନ୍ତି ।

ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ବିରୋଧରେ ମହାଭିଯୋଗ ପ୍ରକ୍ରିୟା ଆରମ୍ଭ ହୋଇଛି । ଲୋକସଭା ବାଚସ୍ପତି ଏହି ପ୍ରସଙ୍ଗରେ ବିଚାରପତି ତଦନ୍ତ ଅଧିନିୟମ ଅନୁଯାୟୀ ଏକ ତଦନ୍ତ କମିଟି ଗଠନ କରିଛନ୍ତି । ଲୋକସଭା ବାଚସ୍ପତିଙ୍କ ତଦନ୍ତ ଆଦେଶକୁ ଜଷ୍ଟିସ୍ ବର୍ମା ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଜଷ୍ଟିସ୍ ବର୍ମାଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ ।

୨୨ ମାର୍ଚ୍ଚ ୨୦୨୫ ରେ ସୁପ୍ରିମକୋର୍ଟ ଏହି ମାମଲାର ତଦନ୍ତ ପାଇଁ ତିନି ଜଣିଆ ତଦନ୍ତ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି ଶୀଲ ନାଗୁ, ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଜି. ଏସ. ସନ୍ଧାୱାଲିଆ ଏବଂ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଅନୁ ଶିବରାମନଙ୍କୁ ନେଇ ଏହି ତଦନ୍ତ କମିଟି ଗଠିତ ହୋଇଥିଲା । ମାର୍ଚ୍ଚ ୧୪,୨୦୨୫ ରେ ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ଘରେ ଅଗ୍ନିକାଣ୍ଡ ଘଟିବା ପରେ ଅଗ୍ନିଶମ ବିଭାଗ ଏହି ନଗଦ ଟଙ୍କା ଉଦ୍ଧାର କରିଥିଲା, ଯେତେବେଳେ ସେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande