
ଭୋପାଳ, ଏପ୍ରିଲ 10 (ହି.ସ)। ମଧ୍ୟପ୍ରଦେଶର ଉଜ୍ଜୟିନୀ ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ 75 କିଲୋମିଟର ଦୂରରେ ବଡନଗର ଅଞ୍ଚଳ ନିକଟସ୍ଥ ଝାଲାରିଆ ଗ୍ରାମରେ
ଗୁରୁବାର ରାତିରେ ଏକ ଖୋଲା ବୋରୱେଲ୍ ଗର୍ତ୍ତରେ ପଡ଼ିଥିବା ଦୁଇ ବର୍ଷର ଶିଶୁକୁ ବଞ୍ଚାଇବା ପାଇଁ
ଉଦ୍ଧାର କାର୍ଯ୍ୟ ଚାଲିଛି। ଉଦ୍ଧାରକାରୀ ଦଳ 75 ଫୁଟ ଗଭୀରତାରେ ତାର ଅବସ୍ଥିତି ତଲାସ କରିଛନ୍ତି । ପାଞ୍ଚଟି
ପୋକଲେନ୍ ମେସିନ୍ ସହାୟତାରେ ବୋରୱେଲ୍ ସହିତ ସମାନ୍ତରାଳ ଭାବେ ଏକ ସୁଡ଼ଙ୍ଗ ନିର୍ମାଣ
କରାଯାଉଛି। ଏ ପର୍ଯ୍ୟନ୍ତ ପ୍ରାୟ 40 ଫୁଟ ଖନନ କାର୍ଯ୍ୟ ଶେଷ ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା