
କୋଲକାତା, 10
ଏପ୍ରିଲ (ହି.ସ.)। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଏକ ବଡ଼ ରାଜନୈତିକ ଘଟଣା ସାମ୍ନାକୁ
ଆସିଛି। ଅସଦୁଦ୍ଦିନ ଓୱେସୀଙ୍କ ଦଳ ମଜଲିସ-ଏ-ଇତ୍ତେହାଦୁଲ ମୁସଲିମୀନ ହୁମାୟୁଁ କବୀରଙ୍କ ଦଳ
ସହିତ ଥିବା ଗଠବନ୍ଧନକୁ ଭଙ୍ଗ କରିଦେଇଛି ଏବଂ ରାଜ୍ୟରେ ଏକାକୀ ନିର୍ବାଚନ ଲଢ଼ିବାକୁ ନିଷ୍ପତି
ନେଇଛି।
ଶୁକ୍ରବାର ସକାଳେ ସୋସିଆଲ
ମିଡିଆରେ ଜାରି କରାଯାଇଥିବା ବିବୃତିରେ ଦଳ କହିଛି ଯେ ସେମାନେ କୌଣସି ଏମିତି ବିବାଦ କିମ୍ବା
ବକ୍ତବ୍ୟ ସହିତ ନିଜକୁ ଯୋଡ଼ି ପାରିବେ ନାହିଁ,
ଯାହା ମୁସଲିମ ସମୁଦାୟର ଆତ୍ମସମ୍ମାନ ଉପରେ ପ୍ରଶ୍ନ ଉଠାଏ। ବିବୃତିରେ
ସ୍ପଷ୍ଟ କରାଯାଇଛି ଯେ ଆଜିଠାରୁ ହୁମାୟୁଁ କବୀରଙ୍କ ଦଳ ସହିତ ଗଠବନ୍ଧନ ସମାପ୍ତ କରାଯାଉଛି।
ଏହି ନିଷ୍ପତିକୁ ହୁମାୟୁ
କବୀର ସହିତ ସମ୍ବନ୍ଧିତ କଥିତ ‘ଗୋପନୀୟ ଭିଡିଓ’ ବିବାଦ ସହିତ ଯୋଡ଼ି ଦେଖାଯାଉଛି। ଯଦିଓ
ବିବୃତିରେ କୌଣସି ବିଶେଷ ଘଟଣାର ଉଲ୍ଲେଖ କରାଯାଇନାହିଁ, ତଥାପି ରାଜନୈତିକ ମଣ୍ଡଳୀରେ
ଏହା ମନେ କରାଯାଉଛି ଯେ ଏହି ବିବାଦ ପରେ ଦୁଇ ଦଳ ମଧ୍ୟରେ ଦୂରତା ବଢ଼ିଛି।
ମେଂଟ ଭଙ୍ଗ ଉପରେ
ପ୍ରତିକ୍ରିୟା ଦେଇ ହୁମାୟୁ କବୀର କହିଛନ୍ତି ଯେ ଓୱେସୀ ନିଜ ନିଷ୍ପତି ନେବାରେ ସ୍ୱାଧୀନ ଅଟନ୍ତି
ଏବଂ ସେ ଏହା ଉପରେ କୌଣସି ମତାମତ ଦେବାକୁ ଚାହୁଁନାହାନ୍ତି। ସେ କହିଛନ୍ତି ଯେ ତାଙ୍କର ମନରେ
ଓୱେସୀ ପ୍ରତି ବ୍ୟକ୍ତିଗତ ସମ୍ମାନ ପୂର୍ବରୁ ମଧ୍ୟ ଥିଲା ଏବଂ ଆଗକୁ ମଧ୍ୟ ରହିବ। ସେ ଏହା ମଧ୍ୟ କହିଛନ୍ତି
ଯେ 25 ମାର୍ଚ୍ଚରେ କୋଲକାତାରେ ହୋଇଥିବା ସଂଯୁକ୍ତ ପ୍ରେସ ସମ୍ମିଳନୀରେ ଦୁଇ ଦଳ ଏକାସାଥି
ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା