
କାଠମାଣ୍ଡୁ, ଏପ୍ରିଲ
10 (ହି.ସ)। ନେପାଳର ପ୍ରସିଦ୍ଧ ମୁକ୍ତିନାଥ ଧାମ ଗସ୍ତରୁ ଫେରୁଥିବା ଭାରତୀୟ ତୀର୍ଥଯାତ୍ରୀଙ୍କୁ
ନେଇ ଯାଉଥିବା ଏକ ଗାଡି ଦୁର୍ଘଟଣାଗ୍ରସ୍ତ ହେବା ପରେ ଛଅ ଜଣ ଯାତ୍ରୀ ଆହତ ହୋଇଛନ୍ତି।
ଶୁକ୍ରବାର ସକାଳେ ନେପାଳର
ମାୟାଗଡ଼ି ଜିଲ୍ଲାର ବେନି ପୌରପାଳିକାର ଜଲେଶ୍ୱର ନିକଟରେ ଏକ ମାଇକ୍ରୋ ବସ୍ ଦୁର୍ଘଟଣାରେ ଛଅ ଜଣ
ଭାରତୀୟ ତୀର୍ଥଯାତ୍ରୀ ଆହତ ହୋଇଛନ୍ତି।
ଜିଲ୍ଲା ପୋଲିସ କାର୍ଯ୍ୟାଳୟ
ମାୟାଗଡ଼ି ଅନୁଯାୟୀ, ମସ୍ତାଙ୍ଗର ମୁକ୍ତିନାଥ ଦର୍ଶନରୁ ଫେରୁଥିବା ଭାରତୀୟ
ତୀର୍ଥଯାତ୍ରୀଙ୍କୁ ନେଇ 8436 ନମ୍ବର ବିଶିଷ୍ଟ ଏକ ଇ. ଭି. ମାଇକ୍ରୋ ବସ୍ ବେନି-ଜୋମସୋମ-କୋର୍ଲା
ରୋଡ ସେକ୍ସନର ଜଲେଶ୍ୱର ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା