ଧୈର୍ଯ୍ୟ ଓ ବିବେକପୂର୍ଣ୍ଣ ବିଚାରର ବାର୍ତ୍ତା ଦେଲେ ପିଏମ ମୋଦି
ନୂଆଦିଲ୍ଲୀ, 10 ଏପ୍ରିଲ (ହି.ସ.)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଏକ ସଂସ୍କୃତ ସୁଭାଷିତ ସେୟାର କରି କଠିନ ପରିସ୍ଥିତିରେ ଶାନ୍ତ ରହିବା ଏବଂ ବିବେକପୂର୍ଣ୍ଣ ସିଦ୍ଧାନ୍ତ ନେବାର ଗୁରୁତ୍ୱକୁ ରେଖାଙ୍କିତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସୋସି
ଧୈର୍ଯ୍ୟ ଓ ବିବେକପୂର୍ଣ୍ଣ     ବିଚାରର ବାର୍ତ୍ତା ଦେଲେ ପିଏମ ମୋଦି


ନୂଆଦିଲ୍ଲୀ, 10

ଏପ୍ରିଲ (ହି.ସ.)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଏକ ସଂସ୍କୃତ ସୁଭାଷିତ ସେୟାର

କରି କଠିନ ପରିସ୍ଥିତିରେ ଶାନ୍ତ ରହିବା ଏବଂ ବିବେକପୂର୍ଣ୍ଣ ସିଦ୍ଧାନ୍ତ ନେବାର ଗୁରୁତ୍ୱକୁ ରେଖାଙ୍କିତ

କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ ଦେଶର ଯୁବମାନେ ଯାହା

ଠାଣିନିଅନ୍ତି, ତାହା କରିଦେଖାନ୍ତି। ସେ କହିଛନ୍ତି ଯୁବଶକ୍ତିର ସାମର୍ଥ୍ୟ ହିଁ

ରାଷ୍ଟ୍ରକୁ ଦ୍ରୁତ ଗତିରେ ଉନ୍ନତିର ପଥରେ ଆଗକୁ ନେଉଛି।

ପ୍ରଧାନମନ୍ତ୍ରୀ ଏହି

ସୁଭାଷିତ ସେୟାର କରିଛନ୍ତି—

“ବ୍ୟସନେ ବା ଅର୍ଥକୃଚ୍ଛ୍ରେ

ବା ଭୟେ ବା ଜୀବନାନ୍ତକେ।

ବିମୃଶନ୍ ବୈ ସ୍ୱୟା

ବୁଦ୍ଧ୍ୟା ଧୃତିମାନ୍ ନାବସୀଦତି॥”

ଏହି ସୁଭାଷିତର ଅର୍ଥ ହେଉଛି

ଯେ ବିପଦ, ଆର୍ଥିକ

ସଙ୍କଟ, ଭୟ

କିମ୍ବା ଜୀବନର ଶେଷ କ୍ଷଣ ଭଳି କଠିନ ପରିସ୍ଥିତିରେ ଯେଉଁ ବ୍ୟକ୍ତି ଧୈର୍ଯ୍ୟ ରଖି ନିଜ

ବୁଦ୍ଧିରେ ଭାବିବେ, ସେ କେବେ ବି ଭ୍ରମିତ ହେବେ ନାହିଁ। ଶାନ୍ତ ଓ ଭାବିଚିନ୍ତିତ

ସିଦ୍ଧାନ୍ତ ନେବା ଲୋକଙ୍କୁ ଦୁଃଖ ଓ କ୍ଷତିରୁ ରକ୍ଷା କରେ।

ପ୍ରଧାନମନ୍ତ୍ରୀ କହିଛନ୍ତି

ଯେ ଏହି ସନ୍ଦେଶ ମାନସିକ ଦୃଢତା ଏବଂ ରାଷ୍ଟ୍ର ଗଠନରେ ଯୁବମାନଙ୍କର ଭୂମିକାକୁ ପ୍ରକାଶ କରେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande