
ଜମ୍ମୁ, ୧୧ ଅପ୍ରେଲ (ହି.ସ.)- ଶନିବାର ସକାଳ ପ୍ରାୟ ୬ଟା ୫୫ ସମୟରେ ସୀମା ପୋଲିସ ପୋଷ୍ଟ ସାଇ ସେକ୍ଟର ଅର୍ନିଆ ଅଧୀନରେ ଥିବା ଗାରୋରେ ନାଲା ନିକଟସ୍ଥ ସର୍ଦାରୀ ଖେଳ ପଡ଼ିଆରେ ଏକ ସନ୍ଦିଗ୍ଧ ପାକିସ୍ତାନୀ ବେଲୁନ୍ ଦୃଶ୍ୟମାନ ହୋଇଥିବା ପୋଲିସ ସୂଚନା ପାଇଥିଲା । ବର୍ଡର ପୋଲିସ ପୋଷ୍ଟ ସାଇର ଏକ ପୋଲିସ ଦଳ ତୁରନ୍ତ ଘଟଣାସ୍ଥଳରେ ପହଂଚି ଥିଲେ । ଏହି ସବୁଜ ଏବଂ ଧଳା ବେଲୁନକୁ ଧରାଯାଇଥିଲା । ଅଧିକ ତଦନ୍ତ ଏବଂ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ଉଦ୍ଧାର ହୋଇଥିବା ସାମଗ୍ରୀକୁ ସୀମା ପୋଲିସ ପୋଷ୍ଟ ସାଇରେ ରଖାଯାଇଛି । ବସ୍ତୁର ଉତ୍ସ ଏବଂ ଉଦ୍ଦେଶ୍ୟ ଜାଣିବା ପାଇଁ ଅଧିକ ଅନୁସନ୍ଧାନ ଚାଲିଛି ।
ପୋଲିସ ସତର୍କ ରହିଛି ଏବଂ ଜନସାଧାରଣଙ୍କୁ କୌଣସି ସନ୍ଦେହଜନକ ବସ୍ତୁ କିମ୍ବା କାର୍ଯ୍ୟକଳାପ ବିଷୟରେ ନିକଟସ୍ଥ ପୋଲିସ ଷ୍ଟେସନରେ ରିପୋର୍ଟ କରିବାକୁ ଅନୁରୋଧ କରିଛି ବୋଲି ଅଧିକାରୀମାନେ କହିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ