ମଣିପୁରରେ କୁକି ଓ ନଗା ଉଗ୍ରବାଦୀ ସଂଗଠନ ମୁହାଁମୁହିଁ, ବିଏସଏଫ ଯବାନଙ୍କ ମୃତ୍ୟୁ
ଇମ୍ଫାଲ, 11 ଏପ୍ରିଲ (ହି.ସ.)। ମଣିପୁରର ଉଖରୁଲ ଜିଲ୍ଲାରେ କୁକି ଓ ନାଗା ଉଗ୍ରବାଦୀ ସଂଗଠନମଧ୍ୟରେ ହୋଇଥିବା ଗୁଳିକାଣ୍ଡରେ ସୀମା ସୁରକ୍ଷା ବଳ (ବିଏସଏଫ) ର ଜଣେ ଯବାନଙ୍କ ମୃତ୍ୟୁ ଘଟିଛି। ଔପଚାରିକ ସୂତ୍ର ଅନୁସାରେ ଶନିବାର କୁହାଯାଇଛି ଯେ, ଏହି ଘଟଣା ଲିଟାନ ଥାନା ଅ
ମଣିପୁରରେ କୁକି ଓ ନଗା     ଉଗ୍ରବାଦୀ ସଂଗଠନ ମୁହାଁମୁହିଁ, ବିଏସଏଫ ଯବାନଙ୍କ ମୃତ୍ୟୁ


ଇମ୍ଫାଲ, 11

ଏପ୍ରିଲ (ହି.ସ.)। ମଣିପୁରର ଉଖରୁଲ ଜିଲ୍ଲାରେ କୁକି ଓ ନାଗା ଉଗ୍ରବାଦୀ ସଂଗଠନମଧ୍ୟରେ ହୋଇଥିବା

ଗୁଳିକାଣ୍ଡରେ ସୀମା ସୁରକ୍ଷା ବଳ (ବିଏସଏଫ) ର ଜଣେ ଯବାନଙ୍କ ମୃତ୍ୟୁ ଘଟିଛି।

ଔପଚାରିକ ସୂତ୍ର ଅନୁସାରେ

ଶନିବାର କୁହାଯାଇଛି ଯେ, ଏହି ଘଟଣା ଲିଟାନ ଥାନା ଅଞ୍ଚଳର ମୋଙ୍ଗକୋଟ ଚେପୁ ଅଞ୍ଚଳରେ ଘଟିଥିଲା, ଯେଉଁଠାରେ

ଉଭୟ ଉଗ୍ରବାଦୀ ଗୋଷ୍ଠୀ ମଧ୍ୟରେ ଭୟଙ୍କର ଗୁଳିକାଣ୍ଡ ହୋଇଥିଲା। ଏହି ସମୟରେ ଡ୍ୟୁଟିରେ ନିୟୋଜିତ

ବିଏସଏଫର 170ତମ ବଟାଲିୟନର କନଷ୍ଟେବଲ ମିଥୁନ ମଣ୍ଡଳଙ୍କ ମୃତ୍ୟୁ ହୋଇଛି । ଘଟଣା ପରେ ସୁରକ୍ଷା

ବଳ ସମ୍ପୂର୍ଣ୍ଣ ଅଞ୍ଚଳରେ ତଲାଶି ଅଭିଯାନ ଆରମ୍ଭ କରିଛନ୍ତି।

ଅଧିକାରୀମାନଙ୍କ କହିବା

ଅନୁସାରେ, ଅଞ୍ଚଳର

ପରିସ୍ଥିତି ଏବେ ମଧ୍ୟ ଉତ୍ତେଜନାପୂର୍ଣ୍ଣ ରହିଛି ଏବଂ କୌଣସି ଅପ୍ରିୟ ଘଟଣାକୁ ରୋକିବା ପାଇଁ

ଅତିରିକ୍ତ ସୁରକ୍ଷା ବଳ ନିୟୋଜିତ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande