ଏପ୍ରିଲ 12-14 ଯାଏ ପ୍ୟାରିସ ଓ ବର୍ଲିନ ଗସ୍ତରେ ରହିବେ ବୈଦେଶିକ ସଚିବ ବିକ୍ରମ ମିସ୍ରୀ
ନୂଆଦିଲ୍ଲୀ, 11 ଏପ୍ରିଲ (ହି.ସ.)। ବିଦେଶ ସଚିବ ବିକ୍ରମ ମିସ୍ରୀ 12 ରୁ 14 ଏପ୍ରିଲ ପର୍ଯ୍ୟନ୍ତ ପ୍ୟାରିସ (ଫ୍ରାନ୍ସ) ଓ ବର୍ଲିନ (ଜର୍ମାନୀ) ଗସ୍ତରେ ରହିବେ । ବିଦେଶ ମନ୍ତ୍ରଣାଳୟ ସୂଚନା ଅନୁସାରେ, ପ୍ୟାରିସରେ ବିଦେଶ ସଚିବ ଫ୍ରାନ୍ସ ବିଦେଶ ମନ୍ତ୍ରଣାଳୟର
ଏପ୍ରିଲ 12-14 ଯାଏ ପ୍ୟାରିସ     ଓ ବର୍ଲିନ ଗସ୍ତରେ ରହିବେ ବୈଦେଶିକ ସଚିବ ବିକ୍ରମ ମିସ୍ରୀ


ନୂଆଦିଲ୍ଲୀ, 11

ଏପ୍ରିଲ (ହି.ସ.)। ବିଦେଶ ସଚିବ ବିକ୍ରମ ମିସ୍ରୀ 12 ରୁ 14 ଏପ୍ରିଲ ପର୍ଯ୍ୟନ୍ତ ପ୍ୟାରିସ

(ଫ୍ରାନ୍ସ) ଓ ବର୍ଲିନ (ଜର୍ମାନୀ) ଗସ୍ତରେ ରହିବେ ।

ବିଦେଶ ମନ୍ତ୍ରଣାଳୟ ସୂଚନା

ଅନୁସାରେ, ପ୍ୟାରିସରେ

ବିଦେଶ ସଚିବ ଫ୍ରାନ୍ସ ବିଦେଶ ମନ୍ତ୍ରଣାଳୟର ମହାସଚିବ ମାର୍ଟିନ ବ୍ରିଏନ୍ସଙ୍କ ସହିତ ମିଳି

ଭାରତ-ଫ୍ରାନ୍ସ ବିଦେଶ କାର୍ଯ୍ୟାଳୟ ପରାମର୍ଶର ସହ-ଅଧ୍ୟକ୍ଷତା କରିବେ। ଏହି ସମୟରେ ସେମାନେ

ରକ୍ଷା, ସିଭିଲ

ନ୍ୟୁକ୍ଲିୟର ଏନର୍ଜି, ଅନ୍ତରିକ୍ଷ, ସାଇବର ଓ ଡିଜିଟାଲ,

ଏଆଇ, ନବୀନତା, ଏବଂ ଲୋକମାନଙ୍କ ମଧ୍ୟରେ ପାରସ୍ପରିକ ଯୋଗାଯୋଗ ଓ ସାଂସ୍କୃତିକ

ସମ୍ପର୍କ ବୃଦ୍ଧି ସହ ଜଡିତ ବିଭିନ୍ନ ବିଷୟରେ ଆଲୋଚନା କରିବେ। ଏହା ସହିତ ସେମାନେ ନବୀନ ବିଶ୍ୱ

ଓ ଅଞ୍ଚଳୀୟ ପରିସ୍ଥିତି ଉପରେ ମଧ୍ୟ ଆଲୋଚନା କରିବେ।

ଅନ୍ୟପଟେ ବର୍ଲିନରେ ବିଦେଶ

ସଚିବ ଜର୍ମାନୀର ବିଦେଶ ସଚିବ ଡ଼ା. ଗେଜା ଆଣ୍ଡ୍ରିଆସ ଭନ୍ ଗେୟରଙ୍କ ସହିତ ଭାରତ-ଜର୍ମାନୀ

ବିଦେଶ କାର୍ଯ୍ୟାଳୟ ପରାମର୍ଶର ସହ-ଅଧ୍ୟକ୍ଷତା କରିବେ। ଏହି ଆଲୋଚନାରେ ଦ୍ୱିପକ୍ଷୀୟ ସହଯୋଗର

ବିଭିନ୍ନ କ୍ଷେତ୍ର, ଯେପରିକି ବ୍ୟବସାୟ ଓ ବିନିଯୋଗ, ରକ୍ଷା ଓ ସୁରକ୍ଷା, ପ୍ରଯୁକ୍ତି, ହରିତ

ଶକ୍ତି, ବିକାଶମୂଳକ

ସହଯୋଗ, ଶିକ୍ଷା

ଓ ଲୋକମାନଙ୍କ ମଧ୍ୟରେ ସମ୍ପର୍କ, ଏବଂ ପାରସ୍ପରିକ ହିତ ସମ୍ବନ୍ଧୀୟ ବିଶ୍ୱ ଓ ଅଞ୍ଚଳୀୟ ବିଷୟଗୁଡ଼ିକ ସମ୍ମିଳିତ

ହେବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande