ମହାକାଳ ମନ୍ଦିରରେ ପହଂଚିଲେ ଅଭିନେତ୍ରୀ ସାରା ଅର୍ଜୁନ, ମାଆଙ୍କ ଜନ୍ମଦିନର ନେଲେ ଆଶୀର୍ବାଦ, ଭସ୍ମ ଆରତୀରେ ହେଲେ ସାମିଲ
ଉଜ୍ଜୟିନୀ, 11 ଏପ୍ରିଲ (ହି.ସ.)। ମଧ୍ୟ ପ୍ରଦେଶର ଉଜ୍ଜୟିନୀରେ ଅବସ୍ଥିତ ବିଶ୍ୱ ପ୍ରସିଦ୍ଧ ଶ୍ରୀ ମହାକାଳେଶ୍ୱର ମନ୍ଦିରରେ ଶନିବାର ପ୍ରଭାତେ ଫିଲ୍ମ ‘ଧୁରନ୍ଧର’ର ଅଭିନେତ୍ରୀ ସାରା ଅର୍ଜୁନ ନିଜ ପରିବାର ସହ ଦର୍ଶନ ପାଇଁ ପହଞ୍ଚିଛନ୍ତି। ଏହି ଅବସରରେ ତାଙ୍କ ପିତା ରାଜ ଅ
ମହାକାଳ ମନ୍ଦିରରେ ପହଂଚିଲେ     ଅଭିନେତ୍ରୀ ସାରା ଅର୍ଜୁନ, ମାଆଙ୍କ ଜନ୍ମଦିନର ନେଲେ ଆଶୀର୍ବାଦ, ଭସ୍ମ ଆରତୀରେ ହେଲେ ସାମିଲ


ଉଜ୍ଜୟିନୀ, 11

ଏପ୍ରିଲ (ହି.ସ.)। ମଧ୍ୟ ପ୍ରଦେଶର ଉଜ୍ଜୟିନୀରେ ଅବସ୍ଥିତ ବିଶ୍ୱ ପ୍ରସିଦ୍ଧ ଶ୍ରୀ ମହାକାଳେଶ୍ୱର

ମନ୍ଦିରରେ ଶନିବାର ପ୍ରଭାତେ ଫିଲ୍ମ ‘ଧୁରନ୍ଧର’ର ଅଭିନେତ୍ରୀ ସାରା ଅର୍ଜୁନ ନିଜ ପରିବାର ସହ

ଦର୍ଶନ ପାଇଁ ପହଞ୍ଚିଛନ୍ତି। ଏହି ଅବସରରେ ତାଙ୍କ ପିତା ରାଜ ଅର୍ଜୁନ ଏବଂ ମାତା ସାନ୍ୟା ମଧ୍ୟ

ଉପସ୍ଥିତ ଥିଲେ।

ଅଭିନେତ୍ରୀ ସାରା ସକାଳ

ପ୍ରାୟ 4ଟାରେ ହେଉଥିବା ପ୍ରସିଦ୍ଧ ଭସ୍ମ ଆରତିରେ ଅଂଶଗ୍ରହଣ କରିଥିଲେ ଏବଂ ପ୍ରାୟ ଦୁଇ ଘଣ୍ଟା

ଧରି ଭକ୍ତିଭାବର ସହିତ ପୂଜା-ଅର୍ଚ୍ଚନା କରିଥିଲେ। ସେ ନନ୍ଦୀ ହଲ୍ରୁ ଭଗବାନ ମହାକାଳଙ୍କ ଦର୍ଶନ

କରି “ଜୟ ମହାକାଳ” ବୋଲି ଜୟଧ୍ୱନି କରିଥିଲେ।

ମାଆଙ୍କ ଜନ୍ମଦିନରେ ନେଲେ

ଆଶୀର୍ବାଦ

ସାରା ଅର୍ଜୁନ ପ୍ରଥମଥର ପାଇଁ

ମହାକାଳ ମନ୍ଦିରକୁ ଆସିଥିଲେ। ସେ କହିଥିଲେ ଯେ,

ନିଜ ମାଆଙ୍କ ଜନ୍ମଦିନ ଅବସରରେ ଭଗବାନ ମହାକାଳଙ୍କ ଆଶୀର୍ବାଦ ନେବାକୁ

ସେ ଏଠାକୁ ଆସିଛନ୍ତି। ଦର୍ଶନ ସମୟରେ ସେ ସମସ୍ତଙ୍କ ଭଲ ସ୍ୱାସ୍ଥ୍ୟ ଓ ସୁଖ-ସମୃଦ୍ଧି ପାଇଁ

କାମନା କରିଥିଲେ।

ଭସ୍ମ ଆରତି ପରେ ସାରା ନନ୍ଦୀ

ମହାରାଜଙ୍କ କାନରେ ନିଜ ମନୋକାମନା କହିଥିଲେ। ପରେ ଗର୍ଭଗୃହର ଦେହଳୀରୁ ଜଳ ଅର୍ପଣ କରି ଭଗବାନ

ମହାକାଳଙ୍କ ଆଶୀର୍ବାଦ ନେଇଥିଲେ। ମନ୍ଦିର ପରିଚାଳନା ସମିତି ପକ୍ଷରୁ ତାଙ୍କୁ ସ୍ୱାଗତ

କରାଯାଇଥିଲା। ଦର୍ଶନ ପରେ ସାରା କହିଥିଲେ ଯେ,

ମହାକାଳଙ୍କ ଦରବାରକୁ ଆସି ସେ ବହୁତ ଶାନ୍ତି ଓ ସନ୍ତୋଷ ଅନୁଭବ

କରିଛନ୍ତି। ସେ ମନ୍ଦିରର ବ୍ୟବସ୍ଥାକୁ ମଧ୍ୟ ପ୍ରଶଂସା କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande