ନାସାର ଆର୍ଟିମିସ-2 ମିଶନ ସଂପୂର୍ଣ୍ଣ, 10 ଦିନ ଚନ୍ଦ୍ର ଯାତ୍ରା କରି ଫେରିଲେ 4 ଯାତ୍ରୀ
ୱାଶିଂଟନ, 11 ଏପ୍ରିଲ (ହି.ସ.)। ଆମେରିକାର ସ୍ପେସ ଏଜେନ୍ସି ନାସାର ଆର୍ଟେମିସ-2 ମିଶନ ସଫଳତାର ସହିତ ସମାପ୍ତ ହୋଇଛି। ଏହି ମିଶନରେ ଅଂଶଗ୍ରହଣ କରିଥିବା ଚାରିଜଣ ମହାକାଶ ଯାତ୍ରୀ 10 ଦିନର ଚନ୍ଦ୍ର ଯାତ୍ରା ପରେ ସୁରକ୍ଷିତ ଭାବେ ପୃଥିବୀକୁ ଫେରିଆସିଛନ୍ତି। ମିଶନ ସମୟରେ
ନାସାର ଆର୍ଟିମିସ-2 ମିଶନ     ସଂପୂର୍ଣ୍ଣ, 10 ଦିନ ଚନ୍ଦ୍ର ଯାତ୍ରା କରି ଫେରିଲେ 4 ଯାତ୍ରୀ


ୱାଶିଂଟନ, 11

ଏପ୍ରିଲ (ହି.ସ.)। ଆମେରିକାର ସ୍ପେସ ଏଜେନ୍ସି ନାସାର ଆର୍ଟେମିସ-2 ମିଶନ ସଫଳତାର ସହିତ ସମାପ୍ତ

ହୋଇଛି। ଏହି ମିଶନରେ ଅଂଶଗ୍ରହଣ କରିଥିବା ଚାରିଜଣ ମହାକାଶ ଯାତ୍ରୀ 10 ଦିନର ଚନ୍ଦ୍ର ଯାତ୍ରା

ପରେ ସୁରକ୍ଷିତ ଭାବେ ପୃଥିବୀକୁ ଫେରିଆସିଛନ୍ତି। ମିଶନ ସମୟରେ ସେମାନେ ପୃଥିବୀରୁ ସବୁଠାରୁ ଦୂର

ରେକର୍ଡ ଦୂରତା ଅତିକ୍ରମ କରିଥିଲେ।

ନାସା ଏକ୍ସରେ ଦେଇଥିବା

ସୂଚନା ଅନୁସାରେ, ଚନ୍ଦ୍ର ମିଶନ ଆର୍ଟେମିସ-2 ର ଚାରିଜଣ ମହାକାଶ ଯାତ୍ରୀ—କମାଣ୍ଡର

ରିଡ୍ ୱାଇଜମ୍ୟାନ, ପାଇଲଟ୍ ୱିକ୍ଟର ଗ୍ଲୋଭର,

କ୍ରିଷ୍ଟିନା କୋଚ୍ ଏବଂ କାନାଡାର ଜେରେମି ହାନସେନ—ସୁରକ୍ଷିତ ଭାବେ

ପୃଥିବୀକୁ ଫେରିଛନ୍ତି। ସେମାନଙ୍କର ଓରିଅନ୍ ମହାକାଶଯାନ ପ୍ରଶାନ୍ତ ମହାସାଗରରେ ଅବତରଣ

କରିଥିଲା।

କ୍ୟାଲିଫର୍ଣ୍ଣିଆର ସାନ

ଡିଏଗୋ ସମୁଦ୍ରତଟ ନିକଟରେ ଏହି ଲ୍ୟାଣ୍ଡିଙ୍ଗ ସ୍ଥାନୀୟ ସମୟ ଅନୁଯାୟୀ ରାତି 8:07 ବେଳେ

(ଭାରତୀୟ ସମୟ ଅନୁଯାୟୀ 11 ଏପ୍ରିଲ ସକାଳ 5:37 ବେଳେ) ଘଟିଥିଲା। ଏହି ମିଶନ 1 ଏପ୍ରିଲରେ

ଫ୍ଲୋରିଡାରୁ ଉଡାଣ ଭରିଥିଲା। ଏହି ସଫଳତା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଭିନନ୍ଦନ

ଜଣାଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande