
ନୂଆଦିଲ୍ଲୀ, ୧୧ ଅପ୍ରେଲ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାତ୍ମା ଜ୍ୟୋତିରାଓ ଫୁଲେଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏବଂ ତାଙ୍କର ୨୦୦ତମ ଜୟନ୍ତୀ ସମାରୋହର ଆନୁଷ୍ଠାନିକ ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ମହାତ୍ମା ଫୁଲେଙ୍କୁ ଜଣେ ଦୂରଦୃଷ୍ଟିସମ୍ପନ୍ନ ସମାଜ ସଂସ୍କାରକ ଭାବେ ବର୍ଣ୍ଣନା କରିଥିଲେ, ଯିଏକି ସମାନତା, ନ୍ୟାୟ ଏବଂ ଶିକ୍ଷାର ଆଦର୍ଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ।
ମହାତ୍ମା ଫୁଲେ ମହିଳା ଏବଂ ଅବହେଳିତଙ୍କ ଅଧିକାରର ଜଣେ ଦୃଢ଼ ପ୍ରବକ୍ତା ଥିଲେ ଏବଂ ଶିକ୍ଷାକୁ ସଶକ୍ତିକରଣର ସବୁଠାରୁ ପ୍ରଭାବଶାଳୀ ମାଧ୍ୟମ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ ଶନିବାର ଦିନ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କହିଛନ୍ତି । ଆଜି ମଧ୍ୟ, ଫୁଲେଙ୍କ ବିଚାର ସମାଜର ପ୍ରଗତିକୁ ମାର୍ଗଦର୍ଶନ କରୁଛି ।
ହିନ୍ଦୀ, ଗୁଜରାଟୀ ଏବଂ ମରାଠୀ ସମେତ ବିଭିନ୍ନ ଭାଷାରେ ଅଲଗା ଅଲଗା ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମହାତ୍ମା ଜ୍ୟୋତିରାଓ ଜଣେ ଦୂରଦୃଷ୍ଟିସମ୍ପନ୍ନ ସମାଜ ସଂସ୍କାରକ ଥିଲେ, ଯିଏକି ସମାନତା, ନ୍ୟାୟ ଏବଂ ଶିକ୍ଷାର ଆଦର୍ଶ ପ୍ରତି ସମର୍ପିତ ଥିଲେ । ସେ ମହିଳା ଏବଂ ଅବହେଳିତଙ୍କ ଅଧିକାରକୁ ସମର୍ଥନ କରିଥିଲେ ଏବଂ ଶିକ୍ଷାକୁ ସଶକ୍ତିକରଣର ମାଧ୍ୟମ କରିଥିଲେ । ଚଳିତ ବର୍ଷ ଆମେ ତାଙ୍କର ୨୦୦ତମ ଜୟନ୍ତୀ ସମାରୋହର ଶୁଭାରମ୍ଭ କରୁଛୁ । ତାଙ୍କ ଚିନ୍ତାଧାରା ସମାଜର ପ୍ରଗତି ପାଇଁ ଆମକୁ ମାର୍ଗଦର୍ଶନ ଦେଉଥାଉ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ