'ରନ ଫର ଆମ୍ବେଦକର, ରନ ଫର କନଷ୍ଟିଚ୍ୟୁସନ ମାରାଥନକୁ ପତାକା ଦେଖାଇ ଶୁଭାରମ୍ଭ କଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ, ୧୨ ଅପ୍ରେଲ (ହି.ସ.)- ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ରବିବାର ଦିନ ଦିଲ୍ଲୀରେ ''ରନ୍ ଫର୍ ଆମ୍ବେଦକର, ରନ୍ ଫର୍ ସମ୍ବିଧାନ'' ମାରାଥନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଯୁବକମାନଙ୍କ ମଧ୍ୟରେ ସମ୍ବିଧାନ ଏବଂ ଡଃ. ଭୀମରାଓ ଆମ୍ବେ
'ରନ ଫର ଆମ୍ବେଦକର, ରନ ଫର କନଷ୍ଟିଚ୍ୟୁସନ ମାରାଥନକୁ ପତାକା ଦେଖାଇ ଶୁଭାରମ୍ଭ କଲେ ରାହୁଲ ଗାନ୍ଧୀ


ନୂଆଦିଲ୍ଲୀ, ୧୨ ଅପ୍ରେଲ (ହି.ସ.)- ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ରବିବାର ଦିନ ଦିଲ୍ଲୀରେ 'ରନ୍ ଫର୍ ଆମ୍ବେଦକର, ରନ୍ ଫର୍ ସମ୍ବିଧାନ' ମାରାଥନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଯୁବକମାନଙ୍କ ମଧ୍ୟରେ ସମ୍ବିଧାନ ଏବଂ ଡଃ. ଭୀମରାଓ ଆମ୍ବେଦକରଙ୍କ ଚିନ୍ତାଧାରା ବିଷୟରେ ସଚେତନତା ସୃଷ୍ଟି କରିବା ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ସୂଚନା ସେୟାର କରି କଂଗ୍ରେସ ଦଳ ସୂଚନା ଦେଇଛି ଯେ, ଅନ୍ୟ ପଛୁଆ ବର୍ଗ ବିଭାଗର ସହଯୋଗରେ ଦଳର ଅନୁସୂଚିତ ଜାତି ବିଭାଗ ଦ୍ୱାରା ଏହି ମାରାଥନ୍ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ କାର୍ଯ୍ୟକର୍ତା ଏବଂ ଯୁବକମାନେ ଅଂଶଗ୍ରହଣ କରିଥିଲେ ।

ଏହି ଅବସରରେ କର୍ମୀମାନଙ୍କୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ କହିଥିଲେ ଯେ ସମ୍ବିଧାନ ହେଉଛି ଡଃ. ଭୀମରାଓ ଆମ୍ବେଦକରଙ୍କ ବାର୍ତା ଏବଂ ଯଦି ସମ୍ବିଧାନ ନ ଥାଆନ୍ତା, ତେବେ ଆଜିର ଭାରତକୁ ଏଭଳି ରୂପରେ ଦେଖିବାକୁ ମିଳିନଥାନ୍ତା । ସେ ଅଭିଯୋଗ କରିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ସମ୍ବିଧାନକୁ ଦୁର୍ବଳ କରିବାକୁ ଚାହୁଁଥିବା ବେଳେ କଂଗ୍ରେସର ଉଦ୍ଦେଶ୍ୟ ଏହାକୁ ଶକ୍ତିଶାଳୀ ଏବଂ ସୁରକ୍ଷିତ ରଖିବା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande