ଆଜି ଓ କାଲି ରାଷ୍ଟ୍ରପତି ମୁର୍ମୁଙ୍କ ଗୁଜରାଟ, ଏପ୍ରିଲ 15-16 ମହାରାଷ୍ଟ୍ର ଗସ୍ତ
ନୂଆଦିଲ୍ଲୀ, ୧୩ ଏପ୍ରିଲ (ହି.ସ.)। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଆଜିଠାରୁ ଦୁଇଟି ରାଜ୍ୟର ଗସ୍ତ ଆରମ୍ଭ ହେବ। ସେ ଆଜି ଏବଂ କାଲି ଗୁଜରାଟ ଏବଂ ୧୫-୧୬ ଏପ୍ରିଲରେ ମହାରାଷ୍ଟ୍ର ଗସ୍ତରେ ରହିବେ। ଏହି ସମୟରେ ସେ ଦୀକ୍ଷାନ୍ତ ସମାରୋହ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ
ଆଜି ଓ କାଲି ରାଷ୍ଟ୍ରପତି ମୁର୍ମୁଙ୍କ ଗୁଜରାଟ, ଏପ୍ରିଲ 15-16     ମହାରାଷ୍ଟ୍ର ଗସ୍ତ


ନୂଆଦିଲ୍ଲୀ, ୧୩ ଏପ୍ରିଲ (ହି.ସ.)। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଆଜିଠାରୁ

ଦୁଇଟି ରାଜ୍ୟର ଗସ୍ତ ଆରମ୍ଭ ହେବ। ସେ ଆଜି ଏବଂ କାଲି ଗୁଜରାଟ ଏବଂ ୧୫-୧୬ ଏପ୍ରିଲରେ

ମହାରାଷ୍ଟ୍ର ଗସ୍ତରେ ରହିବେ। ଏହି ସମୟରେ ସେ ଦୀକ୍ଷାନ୍ତ ସମାରୋହ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ

ଯୋଗଦେବେ।

ରାଷ୍ଟ୍ରପତି ସଚିବାଳୟ ଅନୁସାରେ, ରାଷ୍ଟ୍ରପତି ମୁର୍ମୁ ଆଜି ରାଜକୋଟରେ ଏମ୍ସର ପ୍ରଥମ

ଦୀକ୍ଷାନ୍ତ ସମାରୋହରେ ଯୋଗଦେବେ। ୧୪ ଏପ୍ରିଲରେ ଡ଼ଃ ଭୀମରାଓ ଆମ୍ବେଡକରଙ୍କ ଜୟନ୍ତୀ ଅବସରରେ

ଗାନ୍ଧୀନଗରର ଲୋକ ଭବନରେ ‘ସାମାଜିକ ସମରସତା ମହୋତ୍ସବ’ରେ ଭାଗ ନେବେ। ଏହା ପରେ ସେ ଜାତୀୟ

ରକ୍ଷା ବିଶ୍ୱବିଦ୍ୟାଳୟର ପଞ୍ଚମ ଦୀକ୍ଷାନ୍ତ ସମାରୋହରେ ଯୋଗଦେବେ।

ତା’ପରେ ୧୫ ଏପ୍ରିଲରେ ରାଷ୍ଟ୍ରପତି ନାଗପୁରରେ ଏମ୍ସର ଦ୍ୱିତୀୟ

ଦୀକ୍ଷାନ୍ତ ସମାରୋହରେ ଯୋଗଦେବେ। ପରବର୍ତ୍ତୀ କାର୍ୟକ୍ରମରେ ସେ ନ୍ୟାଶନାଲ୍ ଡିରେକ୍ଟ ଟ୍ୟାକ୍ସ

ଏକାଡେମୀରେ ଭାରତୀୟ ରେଭେନ୍ୟୁ ସର୍ଭିସ (ଆୟକର)ର ୭୮ତମ ବ୍ୟାଚର ପ୍ରଶିକ୍ଷୁ ଅଧିକାରୀମାନଙ୍କର

ସମାପନ ସମାରୋହରେ ମଧ୍ୟ ଭାଗ ନେବେ। ୧୬ ଏପ୍ରିଲରେ ରାଷ୍ଟ୍ରପତି ୱର୍ଧାରେ ମହାତ୍ମା ଗାନ୍ଧୀ

ଆନ୍ତର୍ଜାତୀୟ ହିନ୍ଦୀ ବିଶ୍ୱବିଦ୍ୟାଳୟର ଷଷ୍ଠ ଦୀକ୍ଷାନ୍ତ ସମାରୋହରେ ଯୋଗଦେବେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande