ଆଜି ତାମିଲନାଡୁ ବିଜେପି ପଦାଧିକାରୀଙ୍କ ସହ କଥା ହେବେ ପିଏମ ମୋଦି
ଚେନ୍ନାଇ, ୧୩ ଏପ୍ରିଲ (ହି.ସ.)। ତାମିଲନାଡୁରେ ବିଧାନସଭା ନିର୍ବାଚନ ପାଇଁ ଏବେ କେବଳ କିଛି ସପ୍ତାହ ବାକି ରହିଛି। ସମସ୍ତ ରାଜନୈତିକ ଦଳମାନେ ପ୍ରଚାର ଅଭିଯାନକୁ ଜୋରଦାର କରିଦେଇଛନ୍ତି। ରାଷ୍ଟ୍ରୀୟ ଜନତାନ୍ତ୍ରିକ ଗଠବନ୍ଧନ (ଏନ୍ଡିଏ) ରାଜ୍ୟରେ ବଡ଼ ପରିବର୍ତ୍ତନ ଆଣିପ
ଆଜି ତାମିଲନାଡୁ ବିଜେପି ପଦାଧିକାରୀଙ୍କ ସହ କଥା ହେବେ ପିଏମ ମୋଦି


ଚେନ୍ନାଇ, ୧୩ ଏପ୍ରିଲ (ହି.ସ.)। ତାମିଲନାଡୁରେ ବିଧାନସଭା ନିର୍ବାଚନ ପାଇଁ ଏବେ

କେବଳ କିଛି ସପ୍ତାହ ବାକି ରହିଛି। ସମସ୍ତ ରାଜନୈତିକ ଦଳମାନେ ପ୍ରଚାର ଅଭିଯାନକୁ ଜୋରଦାର

କରିଦେଇଛନ୍ତି। ରାଷ୍ଟ୍ରୀୟ ଜନତାନ୍ତ୍ରିକ ଗଠବନ୍ଧନ (ଏନ୍ଡିଏ) ରାଜ୍ୟରେ ବଡ଼ ପରିବର୍ତ୍ତନ

ଆଣିପାରେ। ଭାରତୀୟ ଜନତା ପାର୍ଟିର ଶୀର୍ଷ ନେତା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି

ସନ୍ଧ୍ୟା ୪ଟାରେ ତାମିଲନାଡୁ ଭାଜପା ପଦାଧିକାରୀମାନଙ୍କ ସହ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ବୈଠକ

କରିବେ।

ତାମିଲନାଡୁରେ ଭାଜପାର ୫ ଲକ୍ଷ ବୁଥ କମିଟି ସଦସ୍ୟ ଅଛନ୍ତି। ସେମାନଙ୍କ

ସମସ୍ତଙ୍କୁ ଏହି ଆଲୋଚନାରେ ଭାଗ ନେବା ପାଇଁ ବ୍ୟବସ୍ଥା କରାଯାଇଛି। ଏଥିରେ ଭାଗ ନେବାକୁ ‘ନମୋ’

ଆପ୍ ମାଧ୍ୟମରେ ପଞ୍ଜିକରଣ କରିବାକୁ ଅନୁରୋଧ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ ଦୁଇ ଦିନର

ଯାତ୍ରାରେ ତାମିଲନାଡୁ ଆସୁଛନ୍ତି। ୧୫ ଏପ୍ରିଲରେ ସେ ନାଗରକୋଭିଲରେ ପ୍ରଚାର କରିବେ। ୧୮

ଏପ୍ରିଲରେ କୋଇମ୍ବାଟୁରରେ ମଧ୍ୟ ଜନସଭାକୁ ସମ୍ବୋଧନ କରିବେ। ମଞ୍ଚରେ କୋଙ୍ଗୁ ଅଞ୍ଚଳରେ

ନିର୍ବାଚନ ଲଢୁଥିବା ଅନ୍ନାଦ୍ରମୁକ-ଭାଜପା ଗଠବନ୍ଧନର ପ୍ରାର୍ଥୀମାନେ ଉପସ୍ଥିତ ରହିବେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande