
ଭୁବନେଶ୍ୱର, 13 ଏପ୍ରିଲ୍ (ହି.ସ.)- ଜାଲିଆନୱାଲାବାଗର ଅମର ବଳିଦାନୀମାନଙ୍କୁ ଶ୍ରଦ୍ଧାଞ୍ଜଳି
ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଜାଲିଆନୱାଲାବାଗର ଅମର ବଳିଦାନୀମାନଙ୍କୁ ଶ୍ରଦ୍ଧାଞ୍ଜଳି ।
ମାତୃଭୂମିର ସ୍ୱାଧୀନତା ପାଇଁ ସେମାନଙ୍କର ସର୍ବୋଚ୍ଚ ବଳିଦାନ ଭାରତୀୟ
ଇତିହାସର ଏକ ଏମିତି ଅଧ୍ୟାୟ,
ଯାହା ଅନ୍ୟାୟ ଏବଂ
ଦମନ ବିରୋଧରେ ସମଗ୍ର ଜାତିକୁ ଏକତ୍ର କରିଥିଲା। ନିର୍ଦୋଷ ନାଗରିକମାନଙ୍କ ଉପରେ କରାଯାଇଥିବା
ସେହି ନିର୍ମମ ଅତ୍ୟାଚାର ଆଜି ମଧ୍ୟ ଆମକୁ ସ୍ୱାଧୀନତାର ମୂଲ୍ୟ ଏବଂ ତାହା ପାଇଁ ହୋଇଥିବା
ତ୍ୟାଗକୁ ସ୍ମରଣ କରାଏ। ସେହି ବୀରମାନଙ୍କର ସାହସ ଏବଂ ଦେଶଭକ୍ତି ସଦା ଆମକୁ ଜାତିର ଏକତା, ଅଖଣ୍ଡତା ଏବଂ ଗରିମାକୁ
ରକ୍ଷା କରିବାକୁ ପ୍ରେରିତ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା