
ନୂଆଦିଲ୍ଲୀ, 14 ଏପ୍ରିଲ (ହି.ସ.)- ଟାଟା ଗ୍ରୁପ୍ର ନେତୃତ୍ୱ ଥିବା ଏୟାର ଇଣ୍ଡିଆ
ଏୟାରଲାଇନ୍ର ପ୍ରଥମ ନବୀକୃତ (ରିଫର୍ବିଶ୍ଡ) ଚଉଡ଼ା ଆକାର ବିଶିଷ୍ଟ ବୋଇଂ 787-8 ବିମାନ
ସୋମବାର ବିଳମ୍ବିତ ରାତିରେ ଦିଲ୍ଲୀ ପହଞ୍ଚିଛି ।
ଏୟାର ଇଣ୍ଡିଆ ଏୟାରଲାଇନ୍ ମଙ୍ଗଳବାର ‘ଏକ୍ସ’ରେ ଜାରି କରାଯାଇଥିବା
ବିବୃତ୍ତିରେ କହିଛି ଯେ, ଭିଟି-ଏଏନଟି
ପଞ୍ଜିକରଣ ଥିବା ଏହି ବିମାନ ଆମେରିକାର ସାନ ବର୍ନାର୍ଡିନୋ ଆନ୍ତର୍ଜାତୀୟ ବିମାନବନ୍ଦରରୁ
ନିରନ୍ତର ଉଡ଼ାଣ କରି ରାତି ପ୍ରାୟ 10ଟା ସମୟରେ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ (ଆଇଜିଆଇ)
ବିମାନବନ୍ଦରରେ ପହଞ୍ଚିଥିଲା। ଏୟାରଲାଇନ୍ ତିନି ବର୍ଷ ପୂର୍ବରୁ ତାର ଚଉଡ଼ା ଆକାରର ବିମାନ
ବେଡ଼ର ବ୍ୟାପକ ନବୀକରଣ ପାଇଁ 40 କୋଟି ଡଲାର ନିବେଶର ଘୋଷଣା କରିଥିଲା।
ଏୟାରଲାଇନ୍ କହିଛି ଯେ, ଏହା ତାଙ୍କର 26ଟି ବିମାନର ନବୀକରଣ କାର୍ଯ୍ୟକ୍ରମ ଅଧୀନରେ ପ୍ରଥମ
ବୋଇଂ 787-8 ବିମାନର ବ୍ୟାପକ ପୁନର୍ନିର୍ମାଣ ସମ୍ପୂର୍ଣ୍ଣ ହେବାର ସଙ୍କେତ। ଏହି ବିମାନରେ
ଆଧୁନିକ ସିଟ୍, ମନୋରଞ୍ଜନ
ବ୍ୟବସ୍ଥା ଏବଂ ପ୍ରିମିୟମ ଇକନମି କେବିନ୍ ଯୋଡ଼ାଯାଇଛି। ଏହି ଚଉଡ଼ା ଆକାରର ବେଡ଼ ମୁଖ୍ୟତଃ
787-8 ଏବଂ ବି777 ବିମାନରୁ ଗଠିତ, ଯେଉଁମାନେ ୟୁରୋପ୍, ଆମେରିକା ଏବଂ ଦୂର ପୂର୍ବର ଦୀର୍ଘ ଦୂରତା ମାର୍ଗରେ ଉଡ଼ାଣ କରନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା