ଡିଏମକେ ଶାସନରେ ସାଂସ୍କୃତିକ ରାଜଧାନୀ ଅପରାଧୀ ରାଜଧାନୀରେ ପରିଣତ ହୋଇଛି- ଜେପି ନଡ୍ଡା
ଚେନ୍ନାଇ, ୧୪ ଏପ୍ରିଲ (ହି.ସ.)। କେନ୍ଦ୍ରୀୟ ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ, ରସାୟନ ଓ ସାର ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ମଙ୍ଗଳବାର ଏଠାରେ କହିଛନ୍ତି ଯେ, ଦ୍ରାବିଡ଼ ମୁନେତ୍ର କଳଘମ (ଦ୍ରମୁକ) ଏକ ପରିବାରବାଦୀ ଦଳ ଓ ଏହାର ଶାସନରେ ଚେନ୍ନାଇ ଏକ ସାଂସ୍କୃତିକ ରାଜଧାନୀରୁ ‘ଅପରାଧର
ଡିଏମକେ ଶାସନରେ ସାଂସ୍କୃତିକ ରାଜଧାନୀ ଅପରାଧୀ ରାଜଧାନୀରେ     ପରିଣତ ହୋଇଛି- ଜେପି ନଡ୍ଡା


ଚେନ୍ନାଇ, ୧୪ ଏପ୍ରିଲ (ହି.ସ.)। କେନ୍ଦ୍ରୀୟ ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ, ରସାୟନ ଓ ସାର ମନ୍ତ୍ରୀ ଜଗତ

ପ୍ରକାଶ ନଡ୍ଡା ମଙ୍ଗଳବାର ଏଠାରେ କହିଛନ୍ତି ଯେ, ଦ୍ରାବିଡ଼ ମୁନେତ୍ର କଳଘମ (ଦ୍ରମୁକ) ଏକ ପରିବାରବାଦୀ ଦଳ ଓ ଏହାର ଶାସନରେ ଚେନ୍ନାଇ ଏକ

ସାଂସ୍କୃତିକ ରାଜଧାନୀରୁ ‘ଅପରାଧର ରାଜଧାନୀ’ରେ ପରିଣତ ହେଉଛି, ଯାହା ସମଗ୍ର ଦେଶ ପାଇଁ ଚିନ୍ତାର ବିଷୟ।

ଶ୍ରୀ ନଡ୍ଡା ତାମିଳନାଡୁର ରାଜଧାନୀରେ ପୁଥାଣ୍ଡୁ (ତାମିଳ

ନବବର୍ଷ) ଓ ଡ଼ଃ ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ ଅବସରରେ ତାମିଳନାଡୁ ବିଧାନସଭା

ନିର୍ବାଚନ ୨୦୨୬ ପାଇଁ ତାଙ୍କର ଦୃଷ୍ଟିପତ୍ର ‘କମଳର ପ୍ରତିଶ୍ରୁତି ୨୦୨୬’ ଜାରି କରିବା ପରେ

ଆୟୋଜିତ ସମାରୋହରେ ଏହି କଥା କହିଛନ୍ତି। ସେ ରାଜ୍ୟର ବର୍ତ୍ତମାନ ସ୍ଥିତି ପ୍ରତି ଚିନ୍ତା

ବ୍ୟକ୍ତ କରି କ୍ଷମତାସୀନ ଡିଏମକେ ସରକାର ଉପରେ ଆକ୍ରମଣ କରିଛନ୍ତି।

ସେ କହିଛନ୍ତି, “ଆମେ ଭାରତୀୟମାନେ ତାମିଳନାଡୁ ପ୍ରତି ଗର୍ବ ବୋଧ କରୁଛୁ, କାରଣ ଏହା ବିଶ୍ୱର ସବୁଠୁ ପୁରାତନ ସଭ୍ୟତାମାନଙ୍କ ମଧ୍ୟରୁ ଗୋଟିଏର ଉତ୍ସସ୍ଥଳ। କିନ୍ତୁ

ବର୍ତ୍ତମାନର ଦ୍ରମୁକ ସରକାର ଶାସନରେ ଏହା ସାଂସ୍କୃତିକ ରାଜଧାନୀରୁ ‘ଅପରାଧର ରାଜଧାନୀ’ରେ

ପରିଣତ ହେଉଛି, ଯାହା ଗୁରୁତର ଚିନ୍ତାର ବିଷୟ।”

ଶ୍ରୀ ନଡ୍ଡା କହିଛନ୍ତି ଯେ, ସେ ଯେତେବେଳେ ପରିବାରବାଦୀ ରାଜନୀତିର କଥା କହନ୍ତି, ସେଥିରେ ଗୋଟିଏ ପରିବାର ଦ୍ୱାରା ପରିଚାଳିତ ଦଳର କଥା ଥାଏ, ଯେଉଁଠାରେ ଷ୍ଟାଲିନ ଶୀର୍ଷରେ ଅଛନ୍ତି, ଉଦୟନିଧି ଉତ୍ତରାଧିକାରୀ ଏବଂ କନିମୋଝି ସହଯୋଗୀ। ସେ ପ୍ରଶ୍ନ କରିଥିଲେ, ଦଳ ଏଭଳି ଚାଲେ କି? ଏହା ପରିବାର ଶାସନ। ଡିଏମକେ

ମହିଳା,ଯୁବବର୍ଗ ଓ ସମାଜର ପଛୁଆ ବର୍ଗମାନଙ୍କ

ବିଶ୍ୱାସକୁ ଧୋକା ଦେଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande