ବିହାରର ନୂଆ ମୁଖ୍ୟମନ୍ତ୍ରୀ ହେବେ ସମ୍ରାଟ ଚୌଧୁରୀ, ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତି
ପାଟନା, ୧୪ ଏପ୍ରିଲ (ହି.ସ.)। ବିହାରର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ସାମ୍ନାକୁ ଆସିଛି। ସମ୍ରାଟ ଚୌଧୁରୀଙ୍କୁ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଛି। ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ଦଳର ବୈଠକରେ ତାଙ୍କ ନାମରେ ମୋହର ଲାଗିଛି। ଏହା ସହିତ ରାଜ୍ୟରେ
ବିହାରର ନୂଆ ମୁଖ୍ୟମନ୍ତ୍ରୀ ହେବେ ସମ୍ରାଟ ଚୌଧୁରୀ, ବିଜେପି     ବିଧାୟକ ଦଳ ବୈଠକରେ ନିଷ୍ପତି


ପାଟନା, ୧୪ ଏପ୍ରିଲ (ହି.ସ.)। ବିହାରର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ସାମ୍ନାକୁ ଆସିଛି।

ସମ୍ରାଟ ଚୌଧୁରୀଙ୍କୁ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଛି। ଭାରତୀୟ ଜନତା

ପାର୍ଟି (ଭାଜପା) ବିଧାୟକ ଦଳର ବୈଠକରେ ତାଙ୍କ ନାମରେ ମୋହର ଲାଗିଛି। ଏହା ସହିତ ରାଜ୍ୟରେ

ନୂତନ ସରକାର ଗଠନ ପ୍ରକ୍ରିୟା ତ୍ୱରାନ୍ବିତ ହୋଇଛି।

ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜ ପଦରୁ ଇସ୍ତଫା

ଦେଇଥିଲେ । ସେ ନିର୍ଦ୍ଧାରିତ ସମୟ ଅନୁଯାୟୀ ରାଜ୍ୟପାଳ ସଈଦ ଆତା ହସନୈନଙ୍କୁ ଲୋକଭବନକୁ ପହଞ୍ଚି

ନିଜ ଇସ୍ତଫା ପତ୍ର ଦେଇଥିଲେ। ଇସ୍ତଫା ସମୟରେ ସେଙ୍କ ସହ ସମ୍ରାଟ ଚୌଧୁରୀ ଓ ବିଜୟ ଚୌଧୁରୀ ମଧ୍ୟ

ଉପସ୍ଥିତ ଥିଲେ। ରାଜ୍ୟପାଳ ତାଙ୍କର ଇସ୍ତଫା ପତ୍ର ଗ୍ରହଣ କରି କ୍ୟାବିନେଟ ଭଙ୍ଗ କରିବା

ପ୍ରସ୍ତାବକୁ ମଧ୍ୟ ଅନୁମୋଦନ କରିଥିଲେ।

କ୍ୟାବିନେଟ ବୈଠକ ପରେ ନୀତିଶ କୁମାର ନିର୍ଦ୍ଧାରିତ ସମୟରେ

ଲୋକଭବନ ପହଞ୍ଚି ଔପଚାରିକ ଭାବେ ଇସ୍ତଫା ଦେଇଥିଲେ, ଯାହା ପରେ ନୂତନ ସରକାର ଗଠନର ପଥ ସ୍ପଷ୍ଟ ହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande